୨୦୨୩ ଓ ୨୦୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ

ଭୁବନେଶ୍ୱର, ୨୫/୦୬: ୨୦୨୩ ଓ ୨୦୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

‘ପୁଷ୍କରା’ର ଅଭିନେତ୍ରୀ ସୁପ୍ରିୟା ୨୦୨୩ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍’ ପାଇଁ ନୈନା ଦାସ ଶ୍ରେଷ୍ଠ ଅଭିନେତ୍ରୀ। ‘ଡେଲିଭରୀ ବୟ’ ପାଇଁ ସୂର୍ଯ୍ୟମୟୀ ମହାପାତ୍ର ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ‘ଧୋରେ ବାବୁ ଧୋ’ ପାଇଁ ହରିହର ମହାପାତ୍ର ୨୦୨୩ର ଶ୍ରେଷ୍ଠ ଅଭିନେତା।

୨୦୨୪ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର। ‘ପାବାର’ ଚଳଚ୍ଚିତ୍ର ପାଇଁ ବାବୁସାନ୍‌ ଶ୍ରେଷ୍ଠ ଅଭିନେତା। ‘ଭଗିଆ ଭାରିଜା’ ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେହୁରିଆ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି। ୨୦୨୪ ପାଇଁ ଅଶୋକ ପତି ଶ୍ରେଷ୍ଠ ନିର୍ଦ୍ଦେଶକ।

‘ମୋ ବୋଉ ମୋ ଗାଁ’ କୁ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପ୍ରଦାନ ପାଇଁ ବଛା ଯାଇଛି। ସେହିପରି ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ନମ୍ରତା ଦାସଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ମିଳିବ।