LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି: ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ
୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର
ଭୁବନେଶ୍ୱର, ୨୫/୦୬: LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣାରେ ଖୋଳତାଡ଼ କରୁଛି ଭିଜିଲାନ୍ସ। ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ଭିଜିଲାନ୍ସ।
୩ଟି ସଂସ୍ଥାର ୩ କାର୍ଯ୍ୟନିର୍ବାହୀ ଅଧିକାରୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ସେମାନେ ହେଲେ ଗିରିଜା ଶଙ୍କର ଦାଶ, ଧରଣୀଧର ସାହୁ, ବିଭୂତି ରଂଜନ ବିଶ୍ବାଳ।
୨୦୨୧-୨୩ରେ ‘ଆମ ଗାଁ ଆମ ବିକାଶ’ ଯୋଜନା ଅଧୀନରେ ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ଗିରଫ। କେନ୍ଦୁଝର, ନୟାଗଡ଼, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ଚାଲିଛି ରେଡ୍।