ଭୁବନେଶ୍ୱର, ୨୬/୦୬: ଓଡ଼ିଶା ବିଧାନସଭାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ସ୍ଥାୟୀ, ବିଭାଗୀୟ ଓ ଗୃହ କମିଟି ଗଠନ କରିଛନ୍ତି ବାଚସ୍ପତି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକାଧିକ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରିଛନ୍ତି ବାଚସ୍ପତି।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପିଏସି କମିଟି ଅଧ୍ୟକ୍ଷ ରହିଥିବା ବେଳେ ଜୟନାରାୟଣ ମିଶ୍ର ହେଲେ ପ୍ରିଭିଲେଜ କମିଟିର ଅଧ୍ୟକ୍ଷ। ଆକାଶ ଦାସ ନାୟକଙ୍କ ଲାଇବ୍ରେରୀ କମିଟିରେ ୧୧ ନିଲମ୍ବିତଙ୍କୁ ସ୍ଥାନ ମିଳିଲା।
