ସବୁ ହଷ୍ଟେଲକୁ ପିଏନ୍‌ଜି ସଂଯୋଗ ପାଇଁ ନିର୍ଦ୍ଦେଶ

ଏଲ୍‌ପିଜି ସଙ୍କଟକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା

ଭୁବନେଶ୍ୱର, ୨୬/୦୬: ଏଲପିଜି ସଙ୍କଟକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (HEI) ବିଶେଷକରି ହଷ୍ଟେଲରେ ସୁବିଧାରେ ରୋଷେଇରେ ବାଧା ନ ସୃଷ୍ଟି ହେବା ପାଇଁ ଗ୍ୟାସ ଯୋଗାଣ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି।

ସରକାରଙ୍କ ଯୁଗ୍ମ ସଚିବ ଡକ୍ଟର ସୁଜାତା ଶୁଭଦର୍ଶିନୀ ନାୟକ ଏକ ସରକାରୀ ଚିଠିରେ ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ଜୟପୁର ଏବଂ ସମ୍ବଲପୁରର ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହଷ୍ଟେଲ କିଚେନରେ ରୋଷେଇ ବାଧାପ୍ରାପ୍ତ ନ ହେବାକୁ ପ୍ରାଥମିକତା ଦେଇ ତୁରନ୍ତ ପିଏନଜି ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଆଉ ବିଳମ୍ବ ନକରି ଯେଉଁଠାରେ ସୁବିଧା ଉପଲବ୍ଧ ଅଛି, ସେଠାରେ ପାଇପ୍ ପ୍ରାକୃତିକ ଗ୍ୟାସ୍ (PNG) ସଂଯୋଗକୁ ପରିବର୍ତ୍ତନ କରିବା ଉଚିତ। ଏଥିସହିତ ଗ୍ୟାସ ବ୍ୟବହାର ବେଳେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ରହିଛି। ଜୁନ୍‌ ୩୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଜାରି କରାଯାଇଛି।