ଲାଲ୍‌ଜୀ ଦେଶାଇ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ

ଅଜୟ ଲଲ୍ଲୁଙ୍କ ସ୍ଥାନ ନେଲେ ଲାଲ୍‌ଜୀ ଦେଶାଇ

ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା

ଭୁବନେଶ୍ୱର, ୨୬/୦୬: ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ। ଲାଲଜୀ ଦେଶାଇ ହେଲେ ନୂଆ ପିସିସି ପ୍ରଭାରୀ। ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଅଜୟ ଲଲ୍ଲୁଙ୍କ ସ୍ଥାନରେ ଲାଲଜୀ ଦେଶାଇଙ୍କୁ ନୂଆ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଏଆଇସିସି।