ପାଠ୍ୟପୁସ୍ତକ ତ୍ରୁଟି: ମନୋଜ ପାଢ଼ୀ ଗିରଫ

ଅଧିକ ତଦନ୍ତ ଜାରି

ଭୁବନେଶ୍ୱର, ୧୪/୦୭: ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଗିରଫ ହେଲେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ। ମନୋଜ ପାଢ଼ୀଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତ କରୁଛି ସ୍ବତନ୍ତ୍ର ଟିମ୍‌।

ପାଠ୍ୟପୁସ୍ତକରେ ମାଳ ମାଳ ଭୁଲକୁ ନେଇ ନିନ୍ଦିତ ହୋଇଛି ରାଜ୍ୟ। ଅପରାଧିକ ଦୃଷ୍ଟିକୋଣରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଘଟଣାରେ ପୂର୍ବରୁ ୪ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ମନୋଜ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଥିଲା। ଆଜି ସକାଳେ ଅଟକ ରଖିଥିଲା କ୍ରାଇମବ୍ରାଞ୍ଚ।