ପୁରୀ, ୧୫/୦୭: ଆସନ୍ତାକାଲି ୪ଟାରେ ରଥଟଣା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ସୂଚନା।
କାଲି ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ସାଢ଼େ ୯ରୁ ସାଢ଼େ ୧୨ ପହଣ୍ଡି ହେବ। ୨ଟାରୁ ୩ଟା ଭିତରେ ଛେରା ପହଁରା ପରେ ୪ଟାରୁ ରଥ ଟଣା ହେବ।
ଆଜି ତିନି ରଥରେ ଆଜ୍ଞାମାଳ ବିଜେ ହୋଇଛି। ବାଜିଲା ବିଜେ କାହାଳୀ। ୩ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ବିଜେ କଲେ। ଏହାପରେ ରଥ ଗଡିବା ଆରମ୍ଭ ହୋଇଥିଲା। ଦକ୍ଷିଣ ମୋଡ଼ ନେଇ ସିଂହ ଦ୍ୱାର ଆସୁଛନ୍ତି ତିନି ରଥ।