ପୁରୀ, ୧୭/୦୭: ଶରଧାବାଲିରେ ପହଞ୍ଚିଲା ତିନି ରଥ। ସରିଲା ରଥଟଣା। ପ୍ରଥମେ ପହଞ୍ଚିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଲା। ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ବଡ଼ଦାଣ୍ଡ। ହରିବୋଲ ଓ ହୁଳହୁଳିରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ।
ଆସନ୍ତାକାଲି ଚତୁର୍ଦ୍ଧା ମୂରତିଙ୍କ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ। ଜନ୍ମବେଦୀକୁ ପହଣ୍ଡି କରି ଯିବେ ତିନି ଠାକୁର।ଏହି ସମୟରେ ଭକ୍ତଙ୍କ ପାଇଁ ବଣ୍ଟାଯିବ ‘ଆଡ଼ପ ଅବଢ଼ା’।