ମୌସୁମୀ ଅଧିବେଶନରେ ଆସିବ ୫ଟି ବିଲ୍

ବଦଳିବ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା!

ନୂଆଦିଲ୍ଲୀ, ୧୭/୦୭: ୧୮ତମ ସଂସଦର ଆଗାମୀ ମୌସୁମୀ ଅଧିବେଶନ ବେଶ୍ ସରଗରମ ହେବାକୁ ଯାଉଛି। ଏହି ଅଧିବେଶନରେ କେନ୍ଦ୍ର ସରକାର ୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଦେଶର ନ୍ୟାୟପାଳିକା, ଅର୍ଥନୀତି ଏବଂ ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ ଏହି ବିଲ୍‌ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ସରକାରୀ ସୂତ୍ର ଅନୁଯାୟୀ, ଏହି ଅଧିବେଶନରେ ଯେଉଁ ୫ଟି ପ୍ରମୁଖ ବିଲ୍ ଆସିବାକୁ ଯାଉଛି।

ପୂର୍ବରୁ ଜାରି ହୋଇଥିବା ଅଧ୍ୟାଦେଶ ସ୍ଥାନରେ ଆୟକର ସଂଶୋଧନ ବିଲ୍, ୨୦୨୬ କୁ ସଂସଦରେ ଗୃହୀତ କରାଇବା ପାଇଁ ସରକାର ଆଲୋଚନା କରାଯିବ।

ଦେଶର ସର୍ବୋଚ୍ଚ ଅଦାଲତରେ ବଢୁଥିବା ମାମଲା ଏବଂ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ନେଇ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧିତ ବିଲ୍ ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପ୍ରସ୍ତାବ ଆସିପାରେ।

ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ପ୍ରକ୍ରିୟାକୁ ଆହୁରି ସହଜ, ସ୍ୱଚ୍ଛ ଏବଂ ଡିଜିଟାଲାଇଜ୍‌ଡ କରିବା ପାଇଁ ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ୨୦୨୬ ଆସିପାରେ।

ଦେଶର ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଗୁଡ଼ିକର ବିକାଶ ଏବଂ ସେମାନଙ୍କୁ ସହାୟତା ଯୋଗାଇଦେବା ପାଇଁ MSME ବିକାଶ ସଂଶୋଧନ ବିଲ୍ ଆଗତ ହେବାର ସମ୍ଭାବନା ରହିଛି।

ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (FCRA) ର କଡ଼ାକଡ଼ି ଅନୁପାଳନ ସହ ଦେଶର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ପାଇଁ “ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍” ଉପରେ ମଧ୍ୟ ଗୃହରେ ଆଲୋଚନା ହେବ।