ଆଶୁ ଚିକିତ୍ସା କେନ୍ଦ୍ର ପରିଦର୍ଶନ ବେଳେ ଅସୁସ୍ଥ ଶ୍ରଦ୍ଧାଳୁଙ୍କୁ ସାହାଯ୍ୟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ପୁରୀ, ୧୭/୦୭: ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପୁରୀ ଗସ୍ତରେ ଅଛନ୍ତି। ଆଜି ମନ୍ତ୍ରୀ ପୁରୀ ସମୁଦ୍ର କୂଳରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରର ସ୍ଥିତି ପରଖିବା ସହ ନିରୀକ୍ଷଣ କରିବାକୁ ଯାଉଥିଲେ। ଏହି ସମୟରେ ଚୈତନ୍ୟ ଛକ ନିକଟରେ ଯାଉଥିବା ସମୟରେ ମନ୍ତ୍ରୀ ଦେଖିବାକୁ ପାଇଲେ ଯେ ଜଣେ ଶ୍ରଦ୍ଧାଳୁ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଛନ୍ତି।

ସେ ସେହି ସ୍ଥାନରେ ହିଁ ଗାଡ଼ି ରଖି ଗୁରୁତର ଶ୍ରଦ୍ଧାଳୁଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ଶ୍ରଦ୍ଧାଳୁଙ୍କୁ ତୁରନ୍ତ ପୁରୀ ଡ଼ାକ୍ତରଖାନାକୁ ପଠାଇଥିଲେ। ଏପରିକି ଡାକ୍ତରଖାନାର କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।