କଲ୍ୟାଣସିଂହପୁର, ୧୭/୦୭ (ନରସିଂହ ନାଥ ମହାପାତ୍ର)
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ରେଳ ଧାରଣା ଉପରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି। ଶିଖରପାଇ ଓ ଭାଲୁମାସ୍କା ରେଳ ଷ୍ଟେସନ ମଧ୍ୟରେ ଥିବା ଟନେଲ ନମ୍ବର–୨୭ ନିକଟରେ ଏହି ମୃତଦେହ ଉଦ୍ଧାର ହୋଇଛି। ଘଟଣାର ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ଶିଖରପାଇ- ଭାଲୁମାସ୍କା ରେଳ ଷ୍ଟେସନ ମଧ୍ୟରେ ଥିବା ଟନେଲ ନମ୍ବର–୨୭ ନିକଟରେ, ପୋଲ ନମ୍ବର ୧୩୬/୩୭ ମଧ୍ୟରେ ରେଳ ଧାରଣା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ମୃତ୍ୟୁ କିପରି ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। ଏହା ଟ୍ରେନ୍ ଦୁର୍ଘଟଣା, ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ଘଟିଛି, ସେନେଇ ରେଳବାଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।