ପୋଲିସ ଉପରକୁ ବୋମା ଫିଙ୍ଗି ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ

ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନ୍‌କାଉଣ୍ଟର

ବ୍ରହ୍ମପୁର, ୨୪/୦୭: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର। ଅପରାଧୀ ଘନଶ୍ୟାମ ବେହେରା ଓରଫ୍ କାଳିଆକୁ ଏନ୍‌କାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ। କାଳିଆର ଡାହାଣ ଆଣ୍ଠୁରେ ଗୁଳି ବାଜିଥିବା ବେଳେ ତାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଗଞ୍ଜାମ ପୁରୁଷୋତ୍ତମପୁର ଥାନା ପୋଲିସ ଟିମ୍ ସହ କୋଦଳା-ସିଂହାସିନୀ ରୋଡ୍‌ରେ ମୁହାଁମୁହିଁ ହୋଇଥିଲା। ପୋଲିସ ଉପରକୁ ଗୁଳି ଚଳାଇବା ସହ ବୋମା ଫିଙ୍ଗିଥିଲା। ପ୍ରତି ଜବାବରେ ପୋଲିସର ଏନ୍‌କାଉଣ୍ଟରରେ ନିଜେ ଆହତ ହୋଇଛି।

କାଳିଆ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ମାମଲା ରହିଛି। ଏବେ ପୁରୁଷୋତ୍ତମପୁର ଥାନାର ୩ଟି ମାମଲାରେ ଫେରାର ଥିଲା।