ଭୁବନେଶ୍ୱରରେ ବଢ଼ିଲା ସିଏନଜି ଦର

କିଲୋଗ୍ରାମ ପ୍ରତି ୧ ଟଙ୍କା ବୃଦ୍ଧି

ଭୁବନେଶ୍ୱର, ୦୧/୦୯: ରାଜଧାନୀ ଭୁବନେଶ୍ୱରରେ କମ୍ପ୍ରେସଡ୍ ନାଚୁରାଲ ଗ୍ୟାସ୍ (CNG) ଦରରେ ବୃଦ୍ଧି ଘଟିଛି। ଗତକାଲି ଯାଏଁ ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୯୪ ଟଙ୍କା ଥିବାବେଳେ ଆଜି ୧ ଟଙ୍କା ବୃଦ୍ଧି ପାଇ ଏବେ ୯୫ ଟଙ୍କାରେ ପହଞ୍ଚିଛି।

CNG ଦର ବୃଦ୍ଧି ପାଇବା ଦ୍ୱାରା ପ୍ରତ୍ୟକ୍ଷ ଭାବରେ ସହରରେ ଚାଲୁଥିବା ଅଟୋରିକ୍ସା, ସିଏନଜି ଟ୍ୟାକ୍ସି ଏବଂ ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ପକେଟ୍ ଉପରେ ଚାପ ପଡ଼ିବ।

ଆଜି ମୁମ୍ବାଇରେ ମଧ୍ୟ ବଢିଛି CNG ଓ PNG ଦର। CNG କିଲୋଗ୍ରାମ ପ୍ରତି ୨ ଟଙ୍କା ବୃଦ୍ଧି ପାଇଥିବା ବେଳେ ଘରୋଇ PNG ଦର SCM ପ୍ରତି ୧ ଟଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ମୁମ୍ବାଇରେ CNGର ମୂଲ୍ୟ ୮୮ ଟଙ୍କା ହୋଇଛି।