ରୁଷିଆ ଆକ୍ରମଣରେ ଭାରତୀୟ ମୃତ: ୟୁକ୍ରେନ ରାଷ୍ଟ୍ରପତିଙ୍କ ବଡ଼ ସୂଚନା

ଏୟାର ଷ୍ଟ୍ରାଇକରେ ୧୨ ଜଣଙ୍କ ମୃତ୍ୟୁ

କିଭ୍, ୦୧/୦୯: ୟୁକ୍ରେନ ଓ‌ ରୁଷିଆ ମଧ୍ୟରେ ଯୁଦ୍ଧ ଥମୁନଥିବା ବେଳେ ପୁଣି ତୀବ୍ର ହୋଇଛି ଉତ୍ତେଜନା। ୟୁକ୍ରେନର କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ଯୁଦ୍ଧ ତୀବ୍ର ହେବା ସହିତ ରୁଷିଆ ରାତାରାତି ବଡ ଆକ୍ରମଣ କରିଛି। ରୁଷିଆର ଏୟାର ଷ୍ଟ୍ରାଇକରେ ୟୁକ୍ରେନରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି କହିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ୟୁକ୍ରେନର କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ରୁଷିଆ ମିସାଇଲ ଓ ଡ୍ରୋନ୍ ଆଟାକ କରିଛି। ଆକ୍ରମଣରେ ଅନେକ ଆବାସିକ କୋଠା ଓ ଅନ୍ୟାନ୍ୟ ବେସାମରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।