ଜଗତସିଂହପୁର, ୦୩/୦୯: ଅଡୁଆରେ ଆଡିସନାଲ ଡ୍ରଗ୍ସ କଣ୍ଟ୍ରୋଲର। ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଆଡିସନାଲ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ ହାଁସଦା। ଲାଞ୍ଚ ଟଙ୍କା ସହ ରେଡ୍ ହ୍ୟାଣ୍ଡ ଧରାପଡ଼ିଲେ ସଞ୍ଜୟ ହାଁସଦା।
ମେଡିସିନ ହୋଲସେଲିଂ ଲାଇସେନ୍ସ ପାଇଁ ଜଣେ ଔଷଧ ଦୋକାନୀଙ୍କଠାରୁ ୬ ହଜାର ଲାଞ୍ଚ ନେଉଥିଲେ। କଟକ-ପାରାଦୀପ ରାସ୍ତା ଜଇପୁର ଛକରେ ଲାଞ୍ଚ ନେବ ବେଳେ ମାଡ଼ିବସିଲା ଭିଜିଲାନ୍ସ। ଏହା ପରେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଅଧିକ ଖୋଳତାଡ ଜାରି ରହିଛି।