ରାଜ୍ୟସ୍ତରୀୟ ଗୁରୁ ସମ୍ମାନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ତାପସ ଦଳାଇ

ଲଗାତାର ଦୁଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ

କଲ୍ୟାଣସିଂହପୁର – ୪/୯(ନରସିଂହ ନାଥ ମହାପାତ୍ର) ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ଦଳାଇ ଲଗାତାର ଦୁଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ଚଳିତ ବର୍ଷ ମଧ୍ୟ ସାହିତ୍ୟ ବିଭାଗର ବିଭିନ୍ନ କୃତିତ୍ୱ ପାଇଁ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପୁରସ୍କାର ଗୁରୁଦିବସ ଅବସରରେ ପାଇବା ପାଇଁ ରାଜ୍ୟ ସ୍ତରରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କୌଣସି କାରଣ ବସତଃ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଅନ୍ୟ ଏକ ଦିନରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ରାୟଗଡା ଜିଲ୍ଲାରୁ ଜଣେ କଲ୍ୟାଣ ସିଂହପୁର ବ୍ଲକର ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ତାପସ ଦଳେଇ ରହିଥିବା ବେଳେ ଥେରୁବାଲିର ଇମ୍ଫା କେମ୍ପର ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ସୁନିତା ହୋତା ଚୟନ ହୋଇଥିବା ସୂଚନା ମିଳିଛି।