କଲ୍ୟାଣସିଂହପୁର, ୪/୯(ନିପ୍ର): ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତର ତାଡିଝୋଲା ଗ୍ରାମର ରାମୁଡୁ ମାଞ୍ଜିକାଙ୍କ ଫସଲ ଜଙ୍ଗଲୀ ହାତୀ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବହୁତ ଦିନ ହେବ କଳାହାଣ୍ଡି ଅଞ୍ଚଳରୁ କଲ୍ୟାଣ ସିଂହପୁର ବ୍ଲକର ଧାମୁଣିପଙ୍ଗା ଅଞ୍ଚଳ ଓ ଅନ୍ୟପଟେ ନିୟମଗିରି ପାହାଡ଼ ଅଞ୍ଚଳକୁ ୨୬ଟି ହାତୀ ଦଳ ଆସି ଫସଲ ଓ ଘରଦ୍ୱାର ନଷ୍ଟ କରିବା ସହ ଲୋକଙ୍କୁ କଚାଡି ମାରି ଦେଉଛନ୍ତି। ଏହି ହାତୀ ଦୁଇ ଦଳ ହୋଇ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଆମଟାପଡି ପର୍ଯ୍ୟନ୍ତ ଘୁରି ବୁଲି ରହୁଛନ୍ତି। ନିୟମଗିରି ଅଞ୍ଚଳର ୧୧୨ ଖଣ୍ଡ ଗ୍ରାମ ସହ ଟିଡିମାସ୍କା, ପାଦୁଲୁଗୁଡା, ପାଳଖମଣ, କରଞ୍ଜା, ବୁଡୁଣୀ, ତାଡିମୁହିଁ, କୁର୍ଷିମୁହିଁ ଅଞ୍ଚଳକୁ ୧୩ ପଟ ଅନ୍ୟ ପଟେ ତାଡିଝୋଲା ଠାରୁ ସିଙ୍ଗାପଟା ପର୍ଯ୍ୟନ୍ତ ମୁତୁକୁଣି, ସୁରୁମୁଲିକୁ ୧୩ ପଟ ହାତୀ ଘୁରୀ ବୁଲୁଛନ୍ତି। ଏହି ୧୩ ପଟ ହାତୀ ଦଳରୁ ଗୋଟିଏ ହାତୀ ଖସି ତାଡିଝୋଲା ଗ୍ରାମର ରାମୁଡୁ ମାଞ୍ଜିକା ଙ୍କ ଧାନ ଫସଲ ଓ ଡ଼ଙ୍ଗର ରେ ଲଗାଇଥିବା ମାଣ୍ଡିଆ, ଖସଲା, ଜନ୍ନା ଗୁଡିକ ଖାଇବା ସହ ମାଡି ନଷ୍ଟ କରିଦେଇଛି। ଏହି ହାତୀ ଶନିବାର ଦିନ ଠାରୁ ବୁଧବାର ପର୍ଯ୍ୟନ୍ତ ଗ୍ରାମରେ ଫସଲ ନଷ୍ଟ କରିବା ସହ ଗ୍ରାମରେ ମଧ୍ୟ ବୁଲୁଥିବା ଗ୍ରାମବାସୀ ଦେଖି ଭୟଭିତ ହୋଇଛନ୍ତି। ଏହାକୁ ନେଇ କଲ୍ୟାଣ ସିଂହପୁର ବନାଞ୍ଚଳ କାର୍ଯ୍ୟାଳୟ କୁ ଆସି ଅଭିଯୋଗ କରିଥିଲେ। ଉକ୍ତ ଖବର ପାଇବା ପରେ ବନପାଳ ବର୍ଖାରାଣୀ ପାତ୍ର, ବନରଖି, ପାରାଗାର୍ଡ ପ୍ରମୁଖ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଥିଲେ। ଉକ୍ତ ଲୋକ ରିଜର୍ଭ ଫରେଷ୍ଟ ଏରିଆ ଭିତରେ ଫସଲ କରିଥିବା ବନପାଳ କହିଥିବା ରାମୁଡୁ ମାଞ୍ଜିକା କହିଛନ୍ତି।ଏସମ୍ପର୍କରେ ବନପାଳ ବର୍ଖାରାଣୀ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଚାଷ ଜମିର କାହାରି ପାଖରେ ପଟ୍ଟା ନ ଥିବାରୁ ସରକାରୀ ନିୟମ ଅନୁସାରେ କ୍ଷତି ପୂରଣ ମିଳିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏହି ପରିବାର ଅନ୍ୟନ୍ତ ଗରିବ ଶ୍ରେଣୀର। ସେମାନେ ଧାନ ଚାଷ ଓ ଡ଼ଙ୍ଗର ଚାଷ କରି ପରିବାର ଭରଣ ପୋଷଣ କରିଆସୁଥିଲେ। ବର୍ତ୍ତମାନ ହାତୀ ଫସଲ ନଷ୍ଟ କରିଦେଇଛି। କ୍ଷତି ପୂରଣ ନ ମିଳିଲେ କିପରି ପରିବାର ଭରଣ ପୋଷଣ କରିବି ବୋଲି ରାମୁଡୁ ମାଞ୍ଜିକା କୋହଭରା କଣ୍ଠରେ କହିଛନ୍ତି।