ହାଇଟେକ୍‌ରେ ବିରଳ ଅସ୍ତ୍ରୋପଚାର

ଫେରାଇଦେଲେ ୪ ଡାକ୍ତରଖାନା, କିନ୍ତୁ ହାଇଟେକ୍‌ରେ ହେଲେ ସୁସ୍ଥ

ଭୁବନେଶ୍ଵର, ୦୪/୦୯: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହାଇଟେକ୍ ହସ୍ପିଟାଲ୍‌ରେ ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି I କଟକରୁ ଆସିଥିବା ଜଣେ ରୋଗୀକୁ ଭୁବନେଶ୍ଵରର ୪ଟି ଓ କଟକ ବଡଡାକ୍ତରଖାନା ଫେରାଇ ଦେଇଥିଲେ, ଏଠାରେ ଅସ୍ତ୍ରୋପଚାର କରାଯାଇପାରିବନି, ଦିଲ୍ଲା ଏମ୍‌ସକୁ ନେବା ପାଇଁ ସେମାନେ ପରାମର୍ଶ ଦେଇଥିଲେ। ହେଲେ ହାଇଟେକ୍ ହସ୍ପିଟାଲ୍ ର ବରିଷ୍ଠ ଡାକ୍ତରମାନେ ରୋଗୀର ହାର୍ଟରେ ଜଟିଳ ଅସ୍ତ୍ରୋପଚାର କରି ସୁସ୍ଥ କରିପାରିଛନ୍ତି | କଟକର ଈଶ୍ଵର ରାଉତ ଦୀର୍ଘଦିନ ଧରି ଦୁରାରୋଗରେ ପୀଡିତ ଥିଲେ I ଚାଲିବା ବୁଲିବା ବନ୍ଦ ହୋଇଯାଇଥିଲା, ଏପରିକି ନିଶ୍ଵାସ ନେଲେ ଧଇଁସଇଁ ହୋଇ ବସି ପଡୁଥିଲେ I ପରିବାର ଲୋକ କଟକ ଓ ଭୁବନେଶ୍ଵରରେ ଥ‌ିବା ସରକାରୀ ବଡଡାକ୍ତରଖାନା ଏବଂ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ନେଇଥିଲେ, ହେଲେ ରୋଗୀରି ହାର୍ଟକୁ ସଂଯୋଗ କରୁଥିବା ଗୋଟିଏ ରକ୍ତନଳୀ ଫାଟି ଯାଇଥିବାରୁ, ତାର ଅସ୍ତ୍ରୋପଚାର ପାଇଁ କୌଣସି ହସ୍ପିଟାଲ ରାଜି ହୋଇନଥିଲେ ବୋଲି, ଈଶ୍ଵରଙ୍କ ପତ୍ନୀ ଓ ଭାଇ କହିଛନ୍ତି । ଏହାପରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ତାରେ ହାଇଟେକ୍ ମେଡିକାଲ୍ ରେ ଈଶ୍ଵରଙ୍କୁ ଭର୍ତ୍ତି କରାଯାଇଥିଲା I ବରିଷ୍ଠ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ଵେତାଙ୍କ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଡାକ୍ତର ବେରିଆନ୍ ସ୍ମାଇଁ ଓ ଓଟି ଟିମ୍ ରୋଗୀର ଅସ୍ତ୍ରୋପଚାର କରିଥିଲେ । ମାତ୍ର କିଛିଦିନ ମଧ୍ଯରେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ, ଘରକୁ ଫେରିଥିଲେ I ହାଇଟେକ୍ ସବୁବେଳେ ରୋଗୀର ଯନ୍ତ୍ରଣାକୁ ଅନୁଭବ କରି ଚିକିତ୍ସା କରିଥାଏ, ତେଣୁ ସବୁବେଳେ ରୋଗୀ ଓ ସେମାନଙ୍କ ପରିବାରଜନଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡାକ୍ତର ତିରୁପତି ପାଣିଗ୍ରାହୀ କହିଛନ୍ତି।