ସମ ନର୍ସିଂ କଲେଜ-୨ରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ–୨୦୨୬ ପାଳିତ

ଆତ୍ମହତ୍ୟା ନିରୋଧ ସଂପର୍କରେ ସଚେତନତା ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ

ଭୁବନେଶ୍ୱର, ୧୦/୦୯: ଶିକ୍ଷା ‘ଓ’ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଫ୍ୟାକଲ୍ଟି ଅଫ୍ ନର୍ସିଙ୍ଗ, ସମ୍ ନର୍ସିଙ୍ଗ କଲେଜ କ୍ୟାମ୍ପସ –୨, ଫୁଲନଖରା ପକ୍ଷରୁ ଗୁରୁବାର ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ–୨୦୨୬ ଉପଲକ୍ଷେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଅତିଥିବୃନ୍ଦ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତ୍ମହତ୍ୟା ନିରୋଧ ସଂପର୍କରେ ସଚେତନତା ସୃଷ୍ଟି କରିବା, ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବା ଏବଂ ଆବଶ୍ୟକ ସମୟରେ ଉପଯୁକ୍ତ ସହାୟତା ନେବା ପାଇଁ ପ୍ରେରଣା ଦେବା ।

ଏହି ସଚେତନତା କାର୍ଯ୍ୟକ୍ରମର ପ୍ରସଙ୍ଗ “ଆତ୍ମହତ୍ୟା ସଂପର୍କିତ ଧାରଣାରେ ପରିବର୍ତନ, ଆହ୍ୱାନ: ଆଲୋଚନା ଆରମ୍ଭ କରନ୍ତୁ” ବାର୍ତା ମାଧ୍ୟମରେ ମାନସିକ ଚାପରେ ଥିବା ବ୍ୟକ୍ତିଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣିବା, ବୁଝିବା ଏବଂ ସହାନୁଭୂତି ସହ ସହାୟତା କରିବାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା ।

ସମ୍ ନର୍ସିଙ୍ଗ କଲେଜ କ୍ୟାମ୍ପସ–୨ ର ଡିନ୍ ପ୍ରଫେସର ଡ଼ାକ୍ତର ଅନୁରାଧା ପଣ୍ଡା କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥି ଭାବେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ତଥା ସାଇକିଆଟ୍ରିକ୍ ସୋସିଆଲ୍ ୱର୍କର ଶ୍ରୀମତି ଶୁଭାସିନୀ ମହାନ୍ତି ଯୋଗ ଦେଇଥିଲେ । ସେ ଆତ୍ମହତ୍ୟା ନିରୋଧ, ମାନସିକ ସ୍ୱାସ୍ଥ୍ୟର ଯତ୍ନ, ମାନସିକ ଚାପର ପରିଚାଳନା ଏବଂ ସମୟୋଚିତ ମାନସିକ ସହାୟତାର ଗୁରୁତ୍ୱ ସଂପର୍କରେ ମୂଲ୍ୟବାନ ଓ ପ୍ରେରଣାଦାୟକ ମତାମତ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା, ସହାନୁଭୂତି, ଆଶା ଏବଂ ଜୀବନର ମୂଲ୍ୟ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତା ସମସ୍ତଙ୍କ ନିକଟରେ ପହଂଚା ଯାଇଥିଲା । ସକ୍ରିୟ ଅଂଶଗ୍ରହଣ ଓ ଉତ୍ସାହ ମଧ୍ୟରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା ।