ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଶ୍ରୀକାନ୍ତ ଜେନା

ଡାକ୍ତର ମହାପାତ୍ରଙ୍କ ଦେହାନ୍ତ ସମଗ୍ର ଦେଶ ପାଇଁ ଏକ ବଡ଼ କ୍ଷତି: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର, ୦୩/୧୧: ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବିଶିଷ୍ଟ ଚିକିତ୍ସକ ତଥା ପ୍ରଖ୍ୟାତ ନ୍ୟୁରୋସର୍ଜନ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ କୁମାର ଜେନା। ଏନେଇ ସେ ନଭେମ୍ବର ୩ ତାରିଖରେ ଏକ ଶୋକବାର୍ତ୍ତା ଜାରି କରିଛନ୍ତି।

ନିଜ ଶୋକବାର୍ତ୍ତାରେ ଶ୍ରୀକାନ୍ତ ଜେନା କହିଛନ୍ତି ଯେ, ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ସେ ଗଭୀର ମର୍ମାହତ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଅବଦାନ, ଅସାଧାରଣ ଶଲ୍ୟ ଚିକିତ୍ସା ସଫଳତା ଏବଂ ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠାରେ ତାଙ୍କର ଅମୂଲ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

ଡାକ୍ତର ମହାପାତ୍ରଙ୍କ ଦେହାନ୍ତ କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଏକ ବଡ଼ କ୍ଷତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।