ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଗଞ୍ଜାମବାସୀଙ୍କୁ ସହାୟତାର ହାତ ବଢ଼ାଇଲା ହିଣ୍ଡାଲ୍କୋ
ବିପନ୍ନ ପରିବାରଙ୍କ ପାଇଁ ଦୁଇ ଟ୍ରକ୍ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ପ୍ରଦାନ
ଭୁବନେଶ୍ୱର, ୦୫/୨୬: ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାମାଜିକ କଲ୍ୟାଣ ତଥା ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣି ଦୋହରାଇଛି । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସହାୟତାର ହାତ ବଢ଼ାଇଛି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ । ଏହି ପରିପ୍ରେକ୍ଷୀରେ ପ୍ରଭାବିତ ପରିବାରଙ୍କ ମଧ୍ୟରେ ବଣ୍ଟନ ନିମନ୍ତେ କମ୍ପାନୀ ପକ୍ଷରୁ ଦୁଇ ଟ୍ରକ୍ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ପଠାଯାଇଛି ।
ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତି, ଦୁର୍ଦ୍ଦଶା ଓ ଜୀବନଜୀବିକାରେ ଦେଖାଦେଇଥିବା ସମସ୍ୟାକୁ ହୃଦୟଙ୍ଗମ କରି ହିଣ୍ଡାଲ୍କୋ ପକ୍ଷରୁ ଏହି ମାନବିକ ପଦକ୍ଷେପ ନିଆଯାଇଛି । ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ ପ୍ରକ୍ରିୟାରେ ସଂଘର୍ଷ କରୁଥିବା ଅସହାୟ ଓ ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ଗଞ୍ଜାମ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବଣ୍ଟନ ପାଇଁ ପଠାଯାଇଥିବା ରିଲିଫ୍ ସାମଗ୍ରୀ ମଧ୍ୟରେ ଶାଢ଼ି, ଲୁଙ୍ଗି, ଗାମୁଛା, ତେଲ, ଗାଧୁଆ ସାବୁନ, ସାନିଟାରୀ ପ୍ୟାଡ୍ ଓ ବ୍ୟାଗ୍ ଭଳି ଅତ୍ୟାବଶ୍ୟକ ଘରୋଇ ତଥା ବ୍ୟକ୍ତିଗତ ବ୍ୟବହାର ସାମଗ୍ରୀ ରହିଛି ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ସହ ଦୃଢ଼ ଭାବେ ଠିଆ ହେବା ଏବଂ ଆବଶ୍ୟକତା ଥିବା ଲୋକଙ୍କୁ ଦୃଢ଼ ସହାୟତା ଯୋଗାଇଦେବା ପ୍ରତି ହିଣ୍ଡାଲ୍କୋର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି । ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ପ୍ରଭାବିତ ପରିବାରଗୁଡ଼ିକୁ ପୁନର୍ବାର ସ୍ୱାଭାବିକ ଜୀବନଧାରାକୁ ଫେରାଇ ଆଣିବା ସହ ସେମାନଙ୍କ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ସୁନିଶ୍ଚିତ କରିବାରେ ଠିକ୍ ସମୟରେ ସହାୟତା ଓ ସାମୂହିକ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ବୋଲି କମ୍ପାନୀ ବିଶ୍ୱାସ କରେ ।
ଏହି ପଦକ୍ଷେପ ସମ୍ପର୍କରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର କର୍ପୋରେଟ୍ ଆଫେୟାର୍ସ ଅଧ୍ୟକ୍ଷ ଶ୍ରୀ ଅର୍ଧେନ୍ଦୁ ମହାପାତ୍ର କହିଛନ୍ତି ଯେ, “ହିଣ୍ଡାଲ୍କୋରେ ଆମେ ଦୃଢ଼ ଭାବେ ବିଶ୍ୱାସ କରୁ ଯେ, ସମାଜ ପ୍ରତି ଆମର ଦାୟିତ୍ୱ କେବଳ ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟରେ ସୀମିତ ନୁହେଁ । ପ୍ରାକୃତିକ ବିପର୍ଯ୍ୟୟ ଓ ମାନବିକ ସଙ୍କଟ ସମୟରେ ପ୍ରଭାବିତ ସମୁଦାୟଙ୍କ ପାଖରେ ଠିଆ ହୋଇ ସହାୟତାର ହାତ ବଢ଼ାଇବା, ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ । ଏହି ପଦକ୍ଷେପ ମାଧ୍ୟମରେ ଗଞ୍ଜାମର ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ପରିବାରଗୁଡ଼ିକୁ କିଛିଟା ଆଶ୍ୱସ୍ତି ଓ ସହାୟତା ପ୍ରଦାନ କରିପାରିବୁ ବୋଲି ଆମର ଆଶା । ଯଦିଓ ଏହା ଏକ ସାମାନ୍ୟ ଅବଦାନ, ତଥାପି ଏହା ମାନବିକତା, ଏକତା ଓ ସାମାଜିକ କଲ୍ୟାଣ ପ୍ରତି ଆମର ଅତୁଟ ପ୍ରତିବଦ୍ଧତାର ପ୍ରତିଫଳନ। ନିଜ ଜୀବନକୁ ପୁନର୍ବାର ସଜାଡ଼ିବା ଦିଗରେ ଗଞ୍ଜାମବାସୀଙ୍କ ଏହି ପ୍ରୟାସରେ ଆମେ ସେମାନଙ୍କ ସହ ରହିଛୁ।”
ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଦାୟିତ୍ୱପୂର୍ଣ୍ଣ କର୍ପୋରେଟ୍ ପଦକ୍ଷେପ ଓ ମାନବିକ ସହାୟତା ମାଧ୍ୟମରେ ସଙ୍କଟ ସମୟରେ ସମାଜ ଓ ପ୍ରଭାବିତ ସମୁଦାୟଙ୍କ ପାଖରେ ଠିଆ ହେବା ଏବଂ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି ।