ଏମିରେଟ୍ସ ଓଡ଼ିଆ ପରିବାର ଦ୍ୱାରା ଓଡ଼ିଆ ଭାଇଙ୍କ ମରଶରୀର ଓଡ଼ିଶା ପଠାଇବାରେ ସଫଳତା
ସଂଗଠନକୁ ଧନ୍ୟବାଦ ଜଣାଇଲେ ମୃତକଙ୍କ ପରିବାର ଲୋକେ
ପାତ୍ରପୁର, ୦୫/୧୧ (ସୁରେଶ କୁମାର ପଟ୍ଟନାୟକ): ଏମିରେଟ୍ସ ଓଡ଼ିଆ ପରିବାର (ଇଓପି), ୟୁ.ଏ.ଇ. ଏବଂ ଆଇପିଏଫ ଓଡ଼ିଶା ଚ୍ୟାପ୍ଟର ମିଳିତ ସହଯୋଗରେ ଦୁବାଇରେ ପ୍ରାଣ ହରାଇଥିବା ଓଡ଼ିଆ ଭାଇଙ୍କ ମରଶରୀର ଓଡ଼ିଶା ପଠାଇବାରେ ସଫଳ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ସ୍ୱର୍ଗତ ଶ୍ରୀ ଶଶିକାନ୍ତ ଜେନା, ବୟସ ୩୭, ରାଜନଗର, କେନ୍ଦ୍ରାପଡ଼ା, ଅକ୍ଟୋବର ପ୍ରଥମ ସପ୍ତାହରେ ଦୁବାଇରେ ହୃଦ୍ଘାତରେ ପ୍ରାଣ ହରାଇଥିଲେ। ସେ ତାଙ୍କ ପଛରେ ପତ୍ନୀ ଶ୍ରୀମତୀ ରୁବିନା ଜେନା ଯିଏକି ଦ୍ୱିତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି ମାନେ ଗର୍ଭବତୀ ଅଛନ୍ତି, ଏବଂ ୮ ବର୍ଷର ଶିଶୁକୁ ଛାଡ଼ି ଯାଇଛନ୍ତି। ପରିବାର ୫ ନଭେମ୍ବର ୨୦୨୬ରେ ନିଜ ଗାଁରେ ମରଶରୀର ଗ୍ରହଣ କରିଛନ୍ତି। ଏହି ଦୁଃଖଦ ସମୟରେ ପାଖରେ ଠିଆ ହୋଇଥିବାରୁ ପରିବାର ଲୋକ ଏମିରେଟ୍ସ ଓଡ଼ିଆ ପରିବାରର ସମସ୍ତ ଟିମ୍କୁ ହୃଦୟରୁ ଧନ୍ୟବାଦ ଜଣାଇ ସହ ପ୍ରଶଂସା ମଧ୍ୟ କରିଥିଲେ।
ସିଜିଆଇ ଦୁବାଇ, ନିଯୁକ୍ତିଦାତା, ୱଇଏବି ଲିଗାଲ୍ ସର୍ଭିସେସ୍ (ଶ୍ରୀ ମହମ୍ମଦ ରିୟାସ୍) ଏବଂ ଦୁବାଇ ପୋଲିସ୍ ସହଯୋଗରେ ଏହା ସମ୍ଭବ ହୋଇଛିପାରିଥିବା ସୂଚନା। ଅନ୍ୟମାନଙ୍କ ମଧ୍ୟରେ ଡଃ ବିଦ୍ୟା ବି. ମହାନ୍ତି, ଶ୍ରୀ ଇମଦାଦ୍, ଶ୍ରୀ ସୁନିଲ୍ (ଏମିରେଟ୍ସ ଓଡ଼ିଆ ପରିବାର) ଏବଂ ଶ୍ରୀ ମଳୟ (ଆଇପିଏଫ) ସମସ୍ତ ସହାୟତା କରି ସମଗ୍ର ପ୍ରକ୍ରିୟାକୁ ନିଜେ ତଦାରଖ କରିଥିଲେ।ଇଓପି, ୟୁଏଇ ମିଳିତ ଭାବେ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଥିବା ମଧ୍ୟ ସୁଚନା। ବିପଦ ସମୟରେ ସମାଜ ପାଖରେ ଠିଆ ହେବା ହିଁ ସଂଗଠନର ମୂଳ ଲକ୍ଷ୍ୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।