ଦୀପାବଳି ପାଳିବେନି ନବୀନ

ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହେଲେ ନବୀନ

ଭୁବନେଶ୍ୱର, ୦୭/୧୧: ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳି ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ରେ ନାହିଁ ନ ଥିବା କ୍ଷତି ହୋଇଛି। ଲୋକ ମାନେ ଅକଥନୀୟ ଦୁଃଖରେ ଅଛନ୍ତି। କନ୍ଧମାଳରେ ଭୁସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇଥିବା ନିଖୋଜ ସବୁ ଲୋକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ। ତେଣୁ ଲୋକଙ୍କ ଏ ଦୁଃଖ ସମୟରେ ଦୀପାବଳି ପାଳନ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।