ଟାଟା ପାୱାର ବିଭିନ୍ନ ବ୍ୟବସାୟରେ ବ୍ୟାପକ ଅଭିବୃଦ୍ଧି ସହ ସର୍ବକାଳୀନ ସର୍ବାଧିକ ତ୍ରୈମାସିକ ଲାଭ ହାସଲ

ସର୍ବକାଳୀନ ସର୍ବାଧିକ ତ୍ରୈମାସିକ କର ପରବର୍ତ୍ତୀ ଲାଭ: ୨୦୨୭ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ୧,୬୫୨ କୋଟି ଟଙ୍କାର କର ପରବର୍ତ୍ତୀ ଲାଭ ରେକର୍ଡ; ଅର୍ଦ୍ଧବାର୍ଷିକ ୨୦୨୭ ଆର୍ôଥକ ବର୍ଷ କର ପରବର୍ତ୍ତୀ ଲାଭ ସର୍ବକାଳୀନ ସର୍ବାଧିକ ୩,୦୫୩ କୋଟି ଟଙ୍କାରେ ପହଞ୍ଚିଛି

ପୁଞ୍ଜି ନିବେଶ: ଅର୍ଦ୍ଧବାର୍ଷିକରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ

ଭୁବନେଶ୍ୱର, ୧୨/୧୧: ଭାରତର ଅନ୍ୟତମ ବୃହତ୍ତମ ଏକୀକୃତ ବିଦ୍ୟୁତ୍ କମ୍ପାନୀ ଟାଟା ପାୱାର, ୨୦୨୭ ଆର୍ôଥକ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ୧,୬୫୨ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ତ୍ରୈମାସିକ କର ପରବର୍ତ୍ତୀ ଲାଭ ହାସଲ କରିଛି, ଯାହା ଗତ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ । ଏହି ତ୍ରୈମାସରେ ରାଜସ୍ୱ ୨୬ ପ୍ରତିଶତ ବୃଦ୍ଧି ପାଇ ୧୯,୮୮୬ କୋଟି ଟଙ୍କା ଏବଂ ଏବିଟା ୫ ପ୍ରତିଶତ ବୃଦ୍ଧି ପାଇ ୪,୨୪୫ କୋଟି ଟଙ୍କାରେ ପହଞ୍ଚିଛି ।

୨୦୨୭ ଆର୍ôଥକ ବର୍ଷ ପ୍ରଥମ ଅର୍ଦ୍ଧବାର୍ଷିକ ପାଇଁ କମ୍ପାନୀ ୩,୦୫୩ କୋଟି ଟଙ୍କାର ରେକର୍ଡ କର ପରବର୍ତ୍ତୀ ଲାଭ (୨୨ ପ୍ରତିଶତ ବାର୍ଷିକ ଆଧାରରେ ବୃଦ୍ଧି), ୩୮,୭୮୪ କୋଟି ଟଙ୍କାର ରାଜସ୍ୱ (ମୋଟ କାରବାର) ଏବଂ ୮,୪୯୪ କୋଟି ଟଙ୍କାର ଏବିଟା ରିପୋର୍ଟ କରିଛି । ଉତ୍ପାଦନ, ଅକ୍ଷୟ ଶକ୍ତି, ଟ୍ରାନ୍ସମିସନ ଓ ବିତରଣ କ୍ଷେତ୍ରର ବ୍ୟାପକ ଅଭିବୃଦ୍ଧି ଯୋଗୁଁ ଏହି ସଫଳତା ମିଳିଛି ।

ଅର୍ଦ୍ଧବାର୍ଷିକ ୨୦୨୭ ଆର୍ôଥକ ବର୍ଷ ରେ କମ୍ପାନୀ ପ୍ରାୟ ୧୦,୦୦୦ କୋଟି ଟଙ୍କାର ସର୍ବାଧିକ ଅର୍ଦ୍ଧବାର୍ଷିକ ପୁଞ୍ଜି ନିବେଶ କରିଛି, ଯାହା ଭାରତର ବୃଦ୍ଧିପାଉଥିବା ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ଭିତ୍ତିଭୂମି ନିର୍ମାଣରେ ସାହାଯ୍ୟ କରିବ । ହିଟୱେଭ୍‌, ବିଳମ୍ବିତ ମୌସୁମୀ, ଶିଳ୍ପାଞ୍ଚଳ କାର୍ଯ୍ୟକଳାପ, ଇଭି ଆପଣାଇବା ଏବଂ ଡାଟା ସେଣ୍ଟରଗୁଡ଼ିକର ବିସ୍ତାର ଯୋଗୁଁ ଭାରତରେ ବିଦ୍ୟୁତ୍ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଅକ୍ଷୟ ଶକ୍ତି ବ୍ୟବସାୟ ଅଭିବୃଦ୍ଧିର ମୁଖ୍ୟ ଚାଳକ ହୋଇରହିଛି । ଗତ ୧୨ ମାସ ମଧ୍ୟରେ ୧.୪ ଗିଗାୱାଟ୍ କ୍ଷମତା ସଂଯୋଗ କରାଯାଇଛି ଏବଂ ରୁଫଟପ୍ ସୋଲାର କ୍ଷେତ୍ରରେ ମୋଟ ସ୍ଥାପିତ କ୍ଷମତା ୫.୧ ଗିଗାୱାଟ୍ ପିକ୍ ଅତିକ୍ରମ କରିଛି । ଓଡ଼ିଶା ବିତରଣ ବ୍ୟବସାୟରେ ଏଟି ଆଣ୍ଡ ସି କ୍ଷତି ପ୍ରଥମ ତ୍ରୈମାସିକ ତୁଳନାରେ ୫.୭ ପ୍ରତିଶତ ସୁଧାର ଆସିଛି । ବାତ୍ୟା \”ଅର୍ଣ୍ଣବ\’ ପରେ ପ୍ରଭାବିତ ଅଞ୍ଚଳରେ ୪୮-୭୨ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର କରାଯାଇଥିଲା, ଯାହା କମ୍ପାନୀର କାର୍ଯ୍ୟଦକ୍ଷତାକୁ ଦର୍ଶାଉଛି ।

ପାରମ୍ପରିକ ଉତ୍ପାଦନ ପ୍ଲାଣ୍ଟଗୁଡ଼ିକ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ମୁନ୍ଦ୍ରା ପ୍ଲାଣ୍ଟ ୮୯ ପ୍ରତିଶତ ଉପଲବ୍ଧତା ସହ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି । ଏହା ସହିତ ଭିଭପୁରୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଶିରୱାଟା ପ୍ରକଳ୍ପ ମାଧ୍ୟମରେ କମ୍ପାନୀ ନିଜର ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପୋର୍ଟଫୋଲିଓକୁ ଆଗକୁ ନେଉଛି ।

୨୦୨୭ ଆର୍ôଥକ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ମୋଟ କାରବାର ୧୯,୮୮୬ କୋଟି ଟଙ୍କା ରହିଛି, ଯାହା ଆର୍ôଥକ ବର୍ଷ ୨୦୨୬ ଦ୍ୱିତୀୟ ତ୍ରୈମାସିକର ୧୫,୭୬୯ କୋଟି ଟଙ୍କା ତୁଳନାରେ ବାର୍ଷିକ ଆଧାରରେ ୨୬ ପ୍ରତିଶତ ବୃଦ୍ଧି ପାଇଛି; ସେହିପରି ୨୦୨୭ ଆର୍ôଥକ ବର୍ଷ ପ୍ରଥମ ଅର୍ଦ୍ଧବାର୍ଷିକରେ ମୋଟ କାରବାର (ରାଜସ୍ୱ) ୩୮,୭୮୪ କୋଟି ଟଙ୍କା ରହିଛି, ଯାହା ଆର୍ôଥକ ବର୍ଷ ୨୦୨୬ ର ପ୍ରଥମ ଅର୍ଦ୍ଧବାର୍ଷିକ ୩୩,୨୩୩ କୋଟି ଟଙ୍କା ତୁଳନାରେ ୧୭ ପ୍ରତିଶତ ବୃଦ୍ଧି ପ୍ରଦର୍ଶନ କରିଛି ।

୨୦୨୭ ଆର୍ôଥକ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ଏବିଟା ୪,୨୪୫ କୋଟି ଟଙ୍କା ରହିଛି, ଯାହା ଆର୍ôଥକ ବର୍ଷ ୨୦୨୬ ଦ୍ୱିତୀୟ ତ୍ରୈମାସିକର ୪,୦୩୨ କୋଟି ଟଙ୍କା ତୁଳନାରେ ୫ ପ୍ରତିଶତ ବୃଦ୍ଧି ପାଇଛି; ଏବଂ ୨୦୨୭ ଆର୍ôଥକ ବର୍ଷ ପ୍ରଥମ ଅର୍ଦ୍ଧବାର୍ଷିକରେ ଏବିଟା ୮,୪୯୪ କୋଟି ଟଙ୍କା ରହିଛି, ଯାହା ଆର୍ôଥକ ବର୍ଷ ୨୦୨୬ ର ପ୍ରଥମ ଅର୍ଦ୍ଧବାର୍ଷିକ ୭,୯୬୧ କୋଟି ଟଙ୍କା ତୁଳନାରେ ୭ ପ୍ରତିଶତ ବୃଦ୍ଧି ପାଇଛି ।

୨୦୨୭ ଆର୍ôଥକ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ୧,୬୫୨ କୋଟି ଟଙ୍କା କର ପରବର୍ତ୍ତୀ ଲାଭ ରେକର୍ଡ ହୋଇଛି, ଯାହା ଆର୍ôଥକ ବର୍ଷ ୨୦୨୬ ଦ୍ୱିତୀୟ ତ୍ରୈମାସିକର ୧,୨୪୫ କୋଟି ଟଙ୍କା ତୁଳନାରେ ୩୩ ପ୍ରତିଶତ ବୃଦ୍ଧି ପାଇଛି; ଏବଂ ୨୦୨୭ ଆର୍ôଥକ ବର୍ଷ ପ୍ରଥମ ଅର୍ଦ୍ଧବାର୍ଷିକରେ କର ପରବର୍ତ୍ତୀ ଲାଭ ୩,୦୫୩ କୋଟି ଟଙ୍କା ରହିଛି, ଯାହା ଆର୍ଥିକ ବର୍ଷ ୨୦୨୬ ର ପ୍ରଥମ ଅର୍ଦ୍ଧବାର୍ଷିକ ୨,୫୦୮ କୋଟି ଟଙ୍କା ତୁଳନାରେ ୨୨ ପ୍ରତିଶତ ବୃଦ୍ଧି ପାଇଛି ।

ଏନେଇ ଟାଟା ପାୱାର ସିଇଓ ଏବଂ ଏମଡି ଡ. ପ୍ରବୀର ସିହ୍ନାଙ୍କ ନିଜ ବକ୍ତବ୍ୟରେ କହିଛନ୍ତି; “ଆମେ ଆମର ସର୍ବକାଳୀନ ସର୍ବାଧିକ ତ୍ରୈମାସିକ ଲାଭ ହାସଲ କରିଛୁ, ଯେଉଁଥିରେ ସମସ୍ତ ବ୍ୟବସାୟର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଆମର ନିୟନ୍ତ୍ରିତ ଏବଂ ଚୁକ୍ତିବଦ୍ଧ ବ୍ୟବସାୟଗୁଡ଼ିକ ସ୍ଥିର ନଗଦ ପ୍ରବାହ ପ୍ରଦାନ କରୁଥିବା ବେଳେ ଅକ୍ଷୟ ଶକ୍ତି, ରୁଫଟପ୍ ସୋଲାର, ଷ୍ଟୋରେଜ୍ ଏବଂ ଗ୍ରାହକ-କେନ୍ଦ୍ରିକ ସମାଧାନଗୁଡ଼ିକ ଅଭିବୃଦ୍ଧିକୁ ଆଗକୁ ନେଉଛନ୍ତି । ବର୍ଷର ପ୍ରଥମାର୍ଦ୍ଧରେ ଆମର ୧୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି, ଟ୍ରାନ୍ସମିସନ ସମ୍ପ୍ରସାରଣ ଏବଂ ଡିଜିଟାଲ ବିତରଣ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରୁଛି ।”