ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ: ନବୀକରଣ କାର୍ଯ୍ୟ ପାଇଁ ୩୦ ଦିନ ବନ୍ଦ ରହିବ ପ୍ଲାଟଫର୍ମ ନମ୍ବର – ୧
ଯାତ୍ରୀମାନଙ୍କୁ ସୁରକ୍ଷିତ, ନିରାପଦ ଓ ଉନ୍ନତ ରେଳ ସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ
ଭୁବନେଶ୍ୱର, ୧୨/୧୧: ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲୁ ରହିଥିବା ପୁନଃବିକାଶ କାର୍ଯ୍ୟର ଅଂଶବିଶେଷ ଭାବେ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା ଏବଂ ରେଳ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ଲାଟଫର୍ମର ନବୀକରଣ କାର୍ଯ୍ୟ କରାଯାଉଛି।
ଏହି କ୍ରମରେ, ଷ୍ଟେସନ ପରିସରରେ ପ୍ଲାଟଫର୍ମ ନବୀକରଣ କାର୍ଯ୍ୟକୁ ସୁଚାର ଭାବେ ସମ୍ପାଦନ କରିବା ପାଇଁ ୧୨.୧୧.୨୦୨୬ ଠାରୁ ୧୧.୧୨.୨୦୨୬ ପର୍ଯ୍ୟନ୍ତ ୩୦ ଦିନ ଧରି ପ୍ଲାଟଫର୍ମ ନମ୍ବର ୧ ରେ ରେଳ ଚଳାଚଳ ବନ୍ଦ ରହିବ।
ଏହି ସମୟ ମଧ୍ୟରେ ପ୍ଲାଟଫର୍ମ ନମ୍ବର ୧କୁ ଯାତ୍ରୀମାନଙ୍କ ଯାତାୟାତ ଓ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ରହିବ। ଏହି ଅତ୍ୟାବଶ୍ୟକ ଉନ୍ନୟନମୂଳକ କାର୍ଯ୍ୟ ସମୟରେ ରେଳ ପ୍ରଶାସନକୁ ସହଯୋଗ କରିବା ସହିତ ଯାତ୍ରୀମାନେ ଅନ୍ୟ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି।
ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ, ପୂର୍ବତଟ ରେଳପଥ ସର୍ବଦା ଯାତ୍ରୀମାନଙ୍କୁ ସୁରକ୍ଷିତ, ନିରାପଦ ଓ ଉନ୍ନତ ରେଳ ସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ। ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି, ରେଳ ଚଳାଚଳକୁ ଅଧିକ ସୁଗମ କରିବା ଏବଂ ଯାତ୍ରୀମାନଙ୍କୁ ଆରାମଦାୟକ ଓ ସୁବିଧାଜନକ ଯାତ୍ରାର ଅନୁଭୂତି ପ୍ରଦାନ କରିବା ଦିଗରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।