ନଭେମ୍ବର ୨୮ରେ କିମ୍ସ ୩ୟ ଜାତୀୟ ସମ୍ମିଳନୀ
‘ଭବିଷ୍ୟତର ଚିକିତ୍ସା ଓ ସ୍ୱାସ୍ଥ୍ୟସେବା’ ବିଷୟବସ୍ତୁ ଉପରେ ୩ୟ ଜାତୀୟ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର, ୨୫/୧୧: କିମସ ଭୁବନେଶ୍ୱର ପକ୍ଷରୁ ନଭେମ୍ବର ୨୮, ୨୦୨୬ରେ ‘ଭବିଷ୍ୟତର ଚିକିତ୍ସା ଓ ସ୍ୱାସ୍ଥ୍ୟସେବା’ ବିଷୟବସ୍ତୁ ଉପରେ ୩ୟ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଉଛି। କିଟ, କିସ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦର୍ଶୀ ନେତୃତ୍ୱରେ ଏହି ସମ୍ମିଳନୀ ଆୟୋଜିତ ହେବ।
କିଟ ବିଶ୍ବବିଦ୍ୟାଳୟ ଉପକୁଳାଧିପତି ପଦ୍ମଶ୍ରୀ ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, କିମସ ଏକାଡେମିକ୍ସ ଅଧ୍ୟକ୍ଷ ପ୍ରଫେସର ୱାଇ. କେ. ଚାୱଲା, ଉପକୁଳପତି ବିଶିଷ୍ଟ ଚିକିତ୍ସା ବିଶେଷଜ୍ଞ ପ୍ରଫେସର ସି. ବି. କେ. ମହାନ୍ତି ପ୍ରମୁଖ ଏହାର ନେତୃତ୍ୱ ଓ ଶୈକ୍ଷିକ ମାର୍ଗଦର୍ଶନ ଦେବେ। ଚିକିତ୍ସା ଓ ସ୍ୱାସ୍ଥ୍ୟସେବାର ଭବିଷ୍ୟତକୁ ପରିବର୍ତ୍ତନ କରିବାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଭୂମିକା ଉପରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହେବ। ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବିଶେଷଜ୍ଞମାନେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଏହାର ଚିକିତ୍ସାଗତ ପ୍ରୟୋଗ ଏବଂ ଭବିଷ୍ୟତର ସମ୍ଭାବନା ଉପରେ ନିଜର ଅଭିଜ୍ଞତା, ଜ୍ଞାନ ଓ ମତାମତ ରଖିବେ।
ଏହି ସମ୍ମିଳନୀର ମୁଖ୍ୟବକ୍ତା ଭାବେ ସଶସ୍ତ୍ର ବାହିନୀ ଚିକିତ୍ସା ସେବା ମହାନିର୍ଦ୍ଦେଶକ ଏୟାର ମାର୍ଶାଲ ଡା. ସନ୍ଦୀପ ଥରେଜା ଯୋଗ ଦେଉଥିବା ବେଳେ ତାଙ୍କ ନେତୃତ୍ୱ ଓ ଚିକିତ୍ସା କ୍ଷେତ୍ରରେ ଅଭିଜ୍ଞତା ସମ୍ମିଳନୀକୁ ଅଧିକ ସମୃଦ୍ଧ କରିବ। ସେହିପରି ମେଦାନ୍ତ ହସ୍ପିଟାଲ, ଗୁରୁଗ୍ରାମର ପ୍ରସିଦ୍ଧ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ପ୍ରଫେସର ଅରବିନ୍ଦର ସିଂ ସୋଇନ୍ ‘AI- Augmented Academic Surgeon: Making Peace with the Algorithm’ ବିଷୟରେ ଆଲୋଚନା କରିବେ।
ଭେଲୋରସ୍ଥିତ କ୍ରିଷ୍ଟିଆନ୍ ମେଡିକାଲ କଲେଜ ଏଣ୍ଡୋକ୍ରାଇନୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା ନିହାଲ ଥୋମାସ୍ ‘Diabetes in South Asia: Genes, Low Birth Weight & the Environment Conspire Towards Type 5 and Its Differentials’ ବିଷୟରେ ନିଜର ଅଭିଭାଷଣ ରଖିବେ। ସେହିପରି ଦି ଜର୍ଜ ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲଥ୍ର ସିନିୟର ପ୍ରଫେସନାଲ୍ ଫେଲୋ ପ୍ରଫେସର ଡା ବିବେକାନନ୍ଦ ଝା ‘Art and Science of Medicine: Where Clinical Care Meets Research Excellence’ ଶୀର୍ଷକରେ ଆଲୋଚନା କରିବେ।
ନୂଆଦିଲ୍ଲୀ ଆପୋଲୋ ଇନ୍ଦ୍ରପ୍ରସ୍ଥ ହସ୍ପିଟାଲ ମେଡିକାଲ ଡାଇରେକ୍ଟର ଲେଫ୍ଟନାଣ୍ଟ ଜେନେରାଲ ଡା ବିପିନ ପୁରୀ ‘Should Medical Students Have a Stint in the Defence Forces?’ ବିଷୟ ଉପରେ ମତ ରଖିବେ। ସେହିପରି କେରଳର ଶ୍ରୀ ଚିତ୍ରା ତିରୁନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ଡା ସଞ୍ଜୟ ବେହାରୀ ‘Biomedical Device Development: Answers to Stupid Questions That I Felt Too Embarrassed to Ask’ ବିଷୟରେ ବକ୍ତବ୍ୟ ରଖିବେ। ଚଣ୍ଡୀଗଡ଼ସ୍ଥିତ PGIMERର ରେଡିଓ ଡାଇଗ୍ନୋସିସ୍ ବିଭାଗର ପ୍ରଫେସର ପଙ୍କଜ ଗୁପ୍ତା ‘AI Applications in the Diagnosis of Metabolic Disorders’ ଉପରେ ଆଲୋଚନା କରିବେ ବୋଲି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ଡା ଆର ସି ଦାସ ଓ କିମ୍ସ ମହାନିର୍ଦ୍ଦେଶକ ଡା ଅଜିତ ମହାନ୍ତି ସୂଚନା ଦେଇଛନ୍ତି।
ଏଣ୍ଡୋକ୍ରାଇନୋଲୋଜି, କ୍ଲିନିକାଲ୍ ଗବେଷଣା, ପ୍ରତିରକ୍ଷା ଚିକିତ୍ସା ସେବା, ବାୟୋମେଡିକାଲ୍ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତ୍ତା ଭଳି ବିଭିନ୍ନ ବିଷୟରେ ଆଲୋଚନା ଏହି ସମ୍ମିଳନୀକୁ ଜ୍ଞାନ ଆଦାନପ୍ରଦାନ, ଆନ୍ତଃବିଭାଗୀୟ ସଂଳାପ ଏବଂ ଚିକିତ୍ସା କ୍ଷେତ୍ରରେ ଉଦୀୟମାନ ସୁଯୋଗ ଓ ଆହ୍ୱାନଗୁଡ଼ିକ ଉପରେ ଚିନ୍ତନର ଏକ ସମୃଦ୍ଧ ମଞ୍ଚରେ ପରିଣତ କରିବ। ଏହି ଜାତୀୟ ସମ୍ମିଳନୀ ମାଧ୍ୟମରେ KIMS ଶୈକ୍ଷିକ ଉନ୍ନତି, ବୃତ୍ତିଗତ ଉତ୍କର୍ଷତା ଏବଂ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବାକୁ ସକ୍ଷମ ଏକ ସୁଦୃଢ଼ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛି।