କଟକ: ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନମାଳୀପୁରରେ। ବଡ଼ ଝିଅ ୯ ବର୍ଷର ଓ ସାନ ଝିଅ ୫ ବର୍ଷର। ଆଜି ଦୁଇ ଭଉଣୀ ସକାଳେ ଖେଳୁଥିଲେ। କିଛି ସମୟ ସେମାନଙ୍କୁ ନ ପାଇବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ତେବେ କିଛି ସମୟ ପରେ ସେମାନଙ୍କୁ ପୋଖରୀରେ ଭାସୁଥିବା ଦେଖୁବାକୁ ମିଳିଲା।
ଏହାପରେ ଦୁଇ ଭଉଣୀଙ୍କୁ ନିଶ୍ଚିନ୍ତକୋଇଲି ପିଏଚସିକୁ ଅଣାଗଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖେଳୁଥିବା ସମୟରେ ଜଣେ ଭଉଣୀ ବୁଡ଼ିଯାଉଥିବା ଦେଖି ଅନ୍ୟଜଣେ ତାକୁ ବଞ୍ଚାଇବାକୁ ଯାଇ ଉଭୟଙ୍କର ଏଭଳି ମୃତ୍ୟ ହୋଇଥିବା ଅନୁମାନ କରାଯାଉଛି ବୋଲି ସମ୍ପର୍କୀୟ କହିଛନ୍ତି।