ଭାରତ ପାଇଁ ଅତୁଳନୀୟ ବୈଜ୍ଞାନିକ ଉପଲବ୍ଧି: ମୁଖ୍ୟମନ୍ତ୍ରୀ

ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।

ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଐତିହାସିକ ସଫଳତା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଭାରତ ପାଇଁ ଏକ ବଡ଼ ବୈଜ୍ଞାନିକ ଉପଲବ୍ଧି। ଏହି ଐତିହାସିକ ପ୍ରକଳ୍ପରେ ସମ୍ପୃକ୍ତ ସମସ୍ତ ବୈଜ୍ଞାନିକ ଓ ଅନ୍ୟ ବିଶେଷଜ୍ଞମାନଙ୍କୁ ମୁଁ ସମ୍ପୂର୍ଣ୍ଣ ଅଭିନନ୍ଦନ ଜଣାଉଛି।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଟେଲିଭିଜନରେ ଅବତରଣକୁ ସିଧା ସଳଖ ଦେଖିଥିଲେ।  ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭିକେ ପାଣ୍ଡିଆନ୍ ଏବଂ ସିଏମଓର ଅଧିକାରୀମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଉପସ୍ଥିତ ଥିଲେ।