ଦୁଇଥର ଗୃହ ମୁଲତବୀ

ମଙ୍ଗଳବାର ବାଚସ୍ପତି ପ୍ରମିଳା ମଲ୍ଲିକ ଦୁଇ ଥର ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି।

ବିରୋଧୀ ଦଳର ହଙ୍ଗାମା

ଭୁବନେଶ୍ବର: ବିଧାନସଭାରେ ହଙ୍ଗାମା ଯୋଗୁଁ ବାଚସ୍ପତି ପ୍ରମିଳା ମଲ୍ଲିକ ମଙ୍ଗଳବାର ଦୁଇ ଥର ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି।
ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଶ୍ନକାଳ ସମୟରେ ହଙ୍ଗାମା କରିବାରୁ ଗୃହ କାର୍ଯ୍ୟ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ମୁଲତବୀ ପରେ କାର୍ଯ୍ୟ ଆରମ୍ଭ ହେବା ପରେ ବିଜେପି ସଦସ୍ୟମାନେ ଗୃହ ମଝିକୁ ଦୌଡ଼ି ଆସି ବିଭିନ୍ନ ପ୍ରସଙ୍ଗ ଉଠାଇ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବାଚସ୍ପତିଙ୍କ ପାଇଁ କାର୍ଯ୍ୟ ଜାରି ରଖିବା କଷ୍ଟକର ହୋଇପଡ଼ିବାରୁ ସେ ଦ୍ୱିତୀୟ ଥର ପାଇଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଗୃହକୁ ସୁରୁଖୁରୁରେ ଚଳାଇବା ନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ ସର୍ବଦଳୀୟ ବୈଠକ ପରେ ମଧ୍ୟ ଗୃହରେ କୌଣସି ଆଦେଶ ଆସିନଥିଲା।

ଗୃହ ଅଚଳ ନେଇ ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ବିଜେପି ଗୃହ ଚଳାଇ ଦେଉନି, ଯାହା କି ଅତି ଦୁର୍ଭାଗ୍ୟଜନକ କଥା, ଗୃହ ପରିଚାଳନାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।