ଅରୁଣ ଷଡ଼ଙ୍ଗୀଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ

୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

ନିୟମିତ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ରହିବେ ଦାୟିତ୍ବରେ

ଭୁବନେଶ୍ବର, ୩୦/୧୨/୨୩: ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ସ୍ଥାୟୀ ଡିଜିପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଅତିରିକ୍ତ ଦାୟିତ୍ୱରେ ଡିଜିପି ରହିବେ। ଡିଜିପି ସୁନୀଲ କୁମାର ବଂଶଲଙ୍କ ଅବସର ଡିସେମ୍ବର ୩୧, ୨୦୨୩ରେ ହେବ ।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଅରୁଣ କୁମାର ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ସ୍ୱତନ୍ତ୍ର ପୁଲିସ ଡିଜି, ପ୍ରଶିକ୍ଷଣ ଏବଂ ନିର୍ଦ୍ଦେଶକ ଭାବେ ନିୟମିତ ଡିଜିପି ଯୋଗ ନଦେବା ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ରହିପାରିବେ।