ମାନସ ମଙ୍ଗରାଜ ସମ୍ବଲପୁରର ନୂଆ ପର୍ଯ୍ୟବେକ୍ଷକ

ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜେଡିର ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।

ସୌଭାଗ୍ୟ ନାୟକ ରେଙ୍ଗାଲି ପର୍ଯ୍ୟବେକ୍ଷକ

ଭୁବନେଶ୍ବର, ୩୦/୧୨/୨୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଜନତା ଦଳର ବିଭିନ୍ନ ନେତାଙ୍କୁ ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ଦାୟିତ୍ବ ମିଳିଛି। ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ ମିଳିଛି ନୂଆ ଦାୟିତ୍ୱ। ବ୍ରହ୍ମପୁର ଏବଂ ସମ୍ବଲପୁର ଜିଲ୍ଲାର ଲୋକସଭା ସଂସଦୀୟ କ୍ଷେତ୍ର ଦାୟିତ୍ୱ ସମ୍ଭାଳିବେ। ସେ ଏହି ଦୁଇ ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି।

ଏହାସହ ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ଗୌତମବୁଦ୍ଧ ଦାସଙ୍କୁ ଦେବଗଡ଼ ଏବଂ ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି।