କ୍ୟାପିଟାଲ ଲେଟରରେ ଲେଖା ହେବ ପ୍ରେସକ୍ରିପସନ

କ୍ୟାପିଟାଲ ଲେଟର ତଥା ଉପଯୁକ୍ତ ଅକ୍ଷରରେ ପ୍ରେସକ୍ରିପସନ ଲେଖିବା ପାଇଁ ରାଜ୍ୟର ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ

ଭୁବନେଶ୍ବର, ୧୨/୦୧/୨୪: ରାଜ୍ୟରେ ଡାକ୍ତରଙ୍କୁ ସରକାରଙ୍କ ନିର୍ଦ୍ଦେଶ। ପ୍ରେସକ୍ରିପସନ୍, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଡାକ୍ତରଙ୍କ ଲିଗାଲ ରିପୋର୍ଟ କ୍ୟାପିଟାଲ୍ ଅକ୍ଷରରେ କିମ୍ବା ସୁଚିନ୍ତିତ ହସ୍ତାକ୍ଷର କିମ୍ବା ଟାଇପ ଫର୍ମରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ପିକେ ଜେନା ରାଜ୍ୟର ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟାଇପ ଫର୍ମରେ ଲେଖିବା ଦ୍ୱାରା ସେମାନଙ୍କ ହସ୍ତାକ୍ଷରରେ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ନ ହେବା ସହ ପ୍ରେସକ୍ରିପସନ ସ୍ପଷ୍ଟ ପଢି ହେବ। ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।

ସମସ୍ତ ପଞ୍ଜୀକୃତ ଡାକ୍ତର/ ମେଡିକାଲ ଅଫିସର/ ପ୍ରାଇଭେଟ୍ କ୍ଲିନିକ୍ ଏବଂ ପ୍ରାଇଭେଟ୍ ମେଡିକାଲ କଲେଜର ସମସ୍ତ ପଞ୍ଜୀକୃତ ଡାକ୍ତରମାନେ ଏନ୍ଏମସି (ଅଧ୍ୟାୟ ୨-୪ବି/ବିଜ୍ଞପ୍ତି ନଂ-୧୨୦୧୩ ଡିଟି ୨୩.୫.୨୦୨୨)ର ଗାଇଡ୍ ଲାଇନ୍ ଅନୁଯାୟୀ ଉପଯୁକ୍ତ ହସ୍ତାକ୍ଷରରେ ପ୍ରେସ୍କ୍ରିପସନ୍ ଲେଖିବେ।