ଆଇଏଏସ୍ ସ୍ତରରେ ବଡ ଅଦଳବଦଳ

ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିବା ବେଳେ କେତେକ ଆଇଏଏସଙ୍କୁ ପ୍ରଥମ କରି ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।

ଉପଜିଲ୍ଲାପାଳରୁ ପଦୋନ୍ନତି ହୋଇ ହେଲେ ଜିଲ୍ଲାପାଳ

ଭୁବନେଶ୍ୱର, ୨୨/୦୧/୨୦୨୪: ଆଇଏଏସ୍ ଅଦଳବଦଳରେ ଓଡ଼ିଶାର ଅନେକ ଜିଲ୍ଲାକୁ ନୂଆ ଜିଲ୍ଲାପାଳ ମିଳିଛି। ୨୦୧୮ ଓ ୨୦୧୯ ବ୍ୟାଚର ୧୦ ଜଣ ଆଇଏଏସ୍ ଅଫିସରଙ୍କୁ ପ୍ରଥମ ଥର ପାଇଁ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ୨୦୨୦ ଓ ୨୦୨୧ ବ୍ୟାଚର ଆଇଏଏସ୍ ଅଫିସରଙ୍କୁ ଏଡିଏମ୍ ଓ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ରଂଜନ କୁମାର ଦାସଙ୍କୁ କଟକ ରାଜସ୍ୱ ବିଭାଗୀୟ କମିଶନର (ସେଣ୍ଟ୍ରାଲ ଡିଭିଜନ) ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହା ସହ ସେ ବ୍ରହ୍ମପୁର ରାଜସ୍ୱ ଡିଭିଜନାଲ କମିଶନର (ଦକ୍ଷିଣ ଡିଭିଜନ) ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ପୁରୀ ଜିଲ୍ଲାପାଳ ଭାବେ ରାଜ୍ୟ ନିର୍ବାଚନ ଆୟୋଗ, ଭୁବନେଶ୍ୱର ସଚିବ ବିଜୟ କୁମାର ଦାସଙ୍କୁ ଦାୟିତ୍ୱ ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭୁବନେଶ୍ୱର ଲଘୁ ଖଣିଜ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ। କୋରାପୁଟ ଜିଲ୍ଲା ପରିଷଦର ସିଡିଓ-କମ-ଇଓ ଗୌରବ ଶିବାଜୀ ଇସଲୱାରଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

କଟକ ମହାନଗର ନିଗମର କମିସନର ନିଖିଲ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସିଏମସି କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କୁ ଅନୁଗୁଳ ସ୍ଥାନାନ୍ତର କରାଯାଇଛି। ସିଡିଓ-କମ-ଇଓ ଜିଲ୍ଲା ପରିଷଦ, ଗଞ୍ଜାମ, କୀର୍ତ୍ତି ବାସନଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

ସୋସିଆଲ ୱେଲଫେୟାର ନିର୍ଦ୍ଦେଶକ ଥିବା ଲିଙ୍ଗରାଜ ପଣ୍ଡାଙ୍କୁ ସରକାରଙ୍କ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ସୋସିଆଲ ୱେଲଫେୟାର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ବରଗଡ଼ ଜିଲ୍ଲା ପରିଷଦର ସିଡିଓ-କମ-ଇଓ ଆଦିତ୍ୟ ଗୋଏଲଙ୍କୁ ବରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ସ୍ଥାନାନ୍ତର କରାଯାଇଥିବା ବେଳେ ବିନୀତ ଭରଦ୍ୱାଜ ଙ୍କୁ କଟକ ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି। ଠାକରେଙ୍କ ସ୍ଥାନରେ ବିଶାଲ ସିଂହ କେନ୍ଦୁଝର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ। ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଓଏଏସ୍ ନରହରି ସେଠୀଙ୍କୁ ଅବସ୍ଥାପିତ କରାଯାଇଛି।

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ମୟୂରଭଞ୍ଜର ଜିଲ୍ଲାପାଳ ଥିବା ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି।

ରାୟଗଡ଼ା ଜିଲ୍ଲାପାଳ ସ୍ୱାଧୀନ ଦେବ ସିଂହଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ସିଡିଓ-କମ-ଇଓ ମନୋଜ ସତ୍ୟବାନ ମହାଜନଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି।

ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ ସୋନଲଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ମଧୁମିତାଙ୍କୁ ଦାୟିତ୍ୱ ଦିଆଯାଇଛି।

ବୌଦ୍ଧ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଓଏଏସ୍ ଅଧିକାରୀ ନୃସିଂହ ଚରଣ ସ୍ବାଇଁଙ୍କୁ ସରକାର, ରାଜସ୍ବ ଓ ଡିଏମ୍ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ନବରଙ୍ଗପୁର ଜିଲ୍ଲା ପରିଷଦର ସିଡିଓ-କମ-ଇଓ ଆନ୍ୟା ଦାସ ସୋନପୁରର ନୂଆ ଜିଲ୍ଲାପାଳ ହୋଇଛନ୍ତି। ଓଏଏସ୍ ଅଧିକାରୀ ବିମଳେନ୍ଦୁ ରାୟଙ୍କୁ ଇପିଏମର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

କଳାହାଣ୍ଡି ଜିଲ୍ଲା ପରିଷଦର ସିଡିଓ-କମ-ଇଓ ପାୱାର ସଚିନ ପ୍ରକାଶଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ରାଉତରାୟଙ୍କୁ ଭୁବନେଶ୍ୱର ଶ୍ରମ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ବିଏମସିର ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ।

ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ରାଉରକେଲା ମହାନଗର ନିଗମ କମିଶନର ଭାବେ କାର୍ଯ୍ୟରତ ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ସିଇଓ, ରାଉରକେଲା ଏଡିଏମ୍ ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ବ୍ରହ୍ମପୁର ଜାମା ମସଜିଦର ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବ୍ରହ୍ମପୁର ଉପଜିଲ୍ଲାପାଳ କୁଲକର୍ଣ୍ଣୀ ଆଶୁତୋଷ ସିଙ୍କୁ ରାଉରକେଲା ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍, ଏଡିଏନ୍/ରାଉରକେଲାର ସିଇଓ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ।

ରାଜସ୍ୱ ଡିଭିଜନାଲ କମିଶନର (ଦକ୍ଷିଣ ଡିଭିଜନ) ତେମଜେନୱାପାଙ୍ଗ ଆଓଙ୍କୁ ସରକାରୀ ଉଦ୍ୟୋଗ ବିଭାଗର କମିଶନର-କମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଧୀମାନ ଚକାମଙ୍କୁ କଳାହାଣ୍ଡି ଧର୍ମଗଡ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ରେହାନ ଖତ୍ରୀଙ୍କୁ ବଲାଙ୍ଗୀର ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ଅରବିନ୍ଦ ରାଜେଶିର୍କେ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି। କିରଣଦୀପ କୌର ସହୋତାଙ୍କୁ ଗୁଣପୁର, ରାୟଗଡ଼ା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ରିନା ପ୍ରଧାନ କନ୍ଧମାଳ ବାଲିଗୁଡା ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି। ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଶ୍ରୀକାନ୍ତ ପୃଷ୍ଟିଙ୍କୁ ଉତ୍ତରାଞ୍ଚଳ ଆରଡିସି ଦାୟିତ୍ବ, ଅମ୍ରିତ ଋତୁରାଜ ଶ୍ରମ କମିଶନର, ଧିନା ଦସ୍ତିଆର ଗଞ୍ଜାମ ଉପଜିଲ୍ଲାପାଳ, ବିମଳେନ୍ଦୁ ରାୟ ଇପିଏମ୍ ନିର୍ଦ୍ଦେଶକ, ନୃସିଂହ ଚରଣ ସ୍ୱାଇଁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଏବଂ ନରହରି ସେଠୀଙ୍କୁ ଜଳ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।