ଗଜପତି ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ

ପାଣ୍ଡିଆନ୍ ୨୦୨୩ ମେ' ମାସରେ ଗତ ଗସ୍ତ ପରେ ମଞ୍ଜୁର ହୋଇଥିବା ମୋଟ ୫୪ କୋଟି ଟଙ୍କା ବ୍ୟୟରେ ୯ ନଂ ପୋଲର ଅଗ୍ରଗତି ସମୀକ୍ଷା କରିବା ସହ ପାରଳାଖେମୁଣ୍ଡି ବାଇ ପାସ୍ ରୋଡ୍ ର ଅଗ୍ରଗତି ର ସମୀକ୍ଷା କରିଥିଲେ।

ନୂଆ-ଓ ଫେଷ୍ଟରେ ଅଂଶଗ୍ରହଣ କଲେ ପାଣ୍ଡିଆନ

ଭୁବନେଶ୍ଵର, ୨୩/୦୧/୨୦୨୪: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିଛନ୍ତି।

ଗଜପତି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ସହ ଶିକ୍ଷାଗତ ସଫଳତା ସହ ସାମଗ୍ରିକ ବ୍ୟକ୍ତିତ୍ବ ବିକାଶ ପାଇଁ ଏକ ପ୍ଲାଟଫର୍ମ ଯୋଗାଇ ଦେବା ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜୀବନରେ ସଫଳତା ପାଇବା ପାଇଁ ଆତ୍ମବିଶ୍ୱାସର ସହ କଠିନ ପରିଶ୍ରମ କରିବାକୁ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱାରୋପ କରିଥିଲେ। ଫେବ୍ରୁଆରି ସୁଦ୍ଧା ଜିଲ୍ଲାରେ କଲେଜ ପରିବର୍ତନ ପ୍ରକଳ୍ପ ଶେଷ ହେବ ବୋଲି ସେ କହିଛନ୍ତି।

ଶ୍ରୀ ପାଣ୍ଡିଆନ୍ ୨୦୨୩ ମେ ମାସରେ ଜିଲ୍ଲା ଗସ୍ତ ପରେ ମଞ୍ଜୁର ହୋଇଥିବା ମୋଟ ୫୪ କୋଟି ବ୍ୟୟରେ ୯ ନମ୍ବର ସେତୁର ଅଗ୍ରଗତି ସମୀକ୍ଷା କରିବା ସହ ଜିଲ୍ଲାର ମୋଟ ୯୯୬ କୋଟି ଟଙ୍କା ବ୍ୟୟରେ ହୋଇଥିବା ଅନ୍ୟ ପ୍ରମୁଖ ପ୍ରକଳ୍ପ-ଛେଲିଗଡ଼ା ଜଳସେଚନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ। ମୋଟ ୧୮୦.୫ କୋଟି ଟଙ୍କା ବ୍ୟୟରେ ରାୟଗଡ଼ା ବ୍ଲକକୁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ; ପାରଳାଖେମୁଣ୍ଡି ବାଇପାସ୍ ରୋଡ୍ ରେ ୫୪ କୋଟି ଟଙ୍କା ବ୍ୟୟ ଅଟକଳ; ସମୁଦାୟ ୧୩.୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳପ୍ରପାତ ଓ ଭ୍ୟୁ ପଏଣ୍ଟର ବିକାଶ; ୨ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ଜିରାଙ୍ଗୋ ମଠର ବିକାଶ ଓ ଜିଲ୍ଲାର ବିଭିନ୍ନ ପ୍ରମୁଖ ମନ୍ଦିରର ବିକାଶର ସମୀକ୍ଷା କରିଥିଲେ।

ଶ୍ରୀ ପାଣ୍ଡିଆନଙ୍କ ପୂର୍ବ ଗଜପତି ଗସ୍ତ ପରେ କେତେକ ପ୍ରମୁଖ ପ୍ରକଳ୍ପ ହାତକୁ ନିଆଯାଇଛି। ୨୦୨୩ ମେ ମାସରେ ସେ କାଶୀନଗର ଓ ରାମଗିରିରେ ଆୟୋଜିତ ଅଭିଯୋଗ ସଭାରେ ଯୋଗଦେଇ ଜନସାଧାରଣଙ୍କ ଠାରୁ ମତାମତ ନେବା ସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।