୧୧୩୨ ବ୍ୟକ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ: ତାଲିକା ପ୍ରକାଶ କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ଦେଶର ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ କରା ଯାଇଥିବା ବେଳେ ଓଡ଼ିଶାର ବିଭିନ୍ନ ବର୍ଗରେ ୨୮ ଜଣଙ୍କୁ ଏହି ପଦକ ମିଳିବ।

ଓଡ଼ିଶାରୁ ପାଇବେ ୩୩ ଜଣ

ଭୁବନେଶ୍ୱର, ୨୫/୦୧/୨୦୨୪: ଚଳିତ ବର୍ଷ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶରେ ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବା ବର୍ଗରେ ମୋଟ ୧୧୩୨ ଜଣ କର୍ମଚାରୀଙ୍କୁ ସାହସିକତା/ସେବା ପଦକ ପ୍ରଦାନ କରାଯିବା ପାଇଁ ମନୋନୀତ ହୋଇଛନ୍ତି। ଏ ନେଇ ତାଲିକା ପ୍ରକାଶ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ।

ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ସମ୍ମାନ ମିଳିବ। ଗୃହ ବିଭାଗ (ଓଡ଼ିଶା)ର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ସେହିପରି ସାହସିକତା ପୁରସ୍କାର ପାଇଁ ଦେଶରୁ ମୋଟ ୨୭୭ ଜଣଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ିଶାର ୧୫ ଜଣଙ୍କ ନାମ ରହିଛି। ସେହିପରି ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ ବୋଲି ନାମ ଘୋଷଣା କରାଯାଇଛି।

ଓଡ଼ିଶାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ଚାକିରିକ୍ଷେତ୍ରରେ ସ୍ବତନ୍ତ୍ର ରେକର୍ଡ ପାଇଁ ସମ୍ମାନଜନକ ରାଷ୍ଟ୍ରପତି ସେବା ପଦକ (ପିଏସଏମ୍) ପାଇଁ ମନୋନୀତ କରାଯାଇଛି। ସେହିପରି ୨୦୦୪ ବ୍ୟାଚ୍ ଆଇପିଏସ୍ ଅଫିସର ସତ୍ୟବ୍ରତ ଭୋଇଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ (ଏମଏସଏମ୍) ପାଇଁ ମନୋନୀତ କରାଯାଇଛି।

ପ୍ରଶଂସନୀୟ ସେବା ପାଇଁ ପଦକ ବିଜେତା:

୧. ପୋଲିସ ସେବା

ସାରଦା ପ୍ରସନ୍ନ ପ୍ରଧାନ, ଡିଏସପି, ଓଡ଼ିଶା

ପ୍ରଦୀପ କୁମାର ସାମଲ, ଡିଏସପି (ନିୟୋଜିତ), ଓଡ଼ିଶା

ପ୍ରଶାନ୍ତ କୁମାର ସାହୁ, ଡିଏସପି, ଓଡ଼ିଶା

ରସ୍ମି ରଞ୍ଜନ ମହାପାତ୍ର, ଇନ୍ସପେକ୍ଟର, ଓଡ଼ିଶା

ରଜତ କେରକେଟା, ଡେପୁଟି କମାଣ୍ଡାଣ୍ଟ, ଓଡ଼ିଶା।

ଦିଲ୍ଲୀପ କୁମାର ନାୟକ, ଡ୍ରାଇଭର ହାବିଲଦାର, ଓଡ଼ିଶା।

ବିଜୟ କୁମାର ପ୍ରଧାନ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ଓଡ଼ିଶା

ବନମାଳୀ ରାୟ, ସିପାହୀ, ଓଡ଼ିଶା

ନାମ ବାହାଦୁର ଛେତ୍ରୀ, ସିପାହୀ, ଓଡ଼ିଶା

ଆରତୀ ସାହୁ, କନଷ୍ଟେବଳ, ଓଡ଼ିଶା

୨. ଅଗ୍ନିଶମ ସେବା

ରାଜେନ୍ଦ୍ର କୁମାର ସ୍ବାଇଁ, ଲିଡିଂ ଫାୟାରମ୍ୟାନ୍, ଓଡ଼ିଶା

ତାରାକାନ୍ତ ମହାପାତ୍ର, ଲିଡିଂ ଫାୟାରମ୍ୟାନ୍, ଓଡ଼ିଶା

୩. ହୋମଗାର୍ଡ ଓ ସିଭିଲ ଡିଫେନ୍ସ

ରାଜେନ୍ଦ୍ର କୁମାର ଜେନା, ହୋମଗାର୍ଡ ସ୍ୱେଚ୍ଛାସେବୀ, ଓଡ଼ିଶା

୪. ସଂଶୋଧନ ସେବା

ଘନଶ୍ୟାମ ପାଇକ, ମୁଖ୍ୟ ୱାର୍ଡର, ଓଡ଼ିଶା

୫. ସାହସିକତା ପାଇଁ ପଦକ

ଅରୁଣ କୁମାର ଭୋଇ, ସବ୍ ଇନ୍ସପେକ୍ଟର

ମୋତିରାମ ସାହୁ, ହାବିଲଦାର

ପ୍ରକାଶ ମାଝୀ, କମାଣ୍ଡୋ

ନିରଞ୍ଜନ ସାହୁ – କମାଣ୍ଡୋ

ଯଦୁମଣି ଭୋଇ, କମାଣ୍ଡୋ

ଉମେଶ ସେଠ, କମାଣ୍ଡୋ

ବୁବୁନ କୁମ୍ଭାର, କମାଣ୍ଡୋ

ସଞ୍ଜୟ କୁମାର ଗୁରୁ, କମାଣ୍ଡୋ

ବିଶ୍ୱଜିତ ଦାସ, କମାଣ୍ଡୋ

ଲକ୍ଷ୍ମଣ ନାୟକ, କମାଣ୍ଡୋ

ସତ୍ୟ ଓଡି, କମାଣ୍ଡୋ

କାନା ବେଟି, କନଷ୍ଟେବଳ

ରମାକାନ୍ତ ସାହୁ, ସବ୍ ଇନ୍ସପେକ୍ଟର

ସତ୍ୟବାଦୀ ଭୋଇ, ସିଟି

ସୁରଜ କୁମାର ସାହୁ, ସିଟି