ମେ’ ୬ରୁ ଆରମ୍ଭ ଓଜେଇଇ

ଆଜିଠୁ ଓଜେଇଇ ପାଇଁ ରେଜିଷ୍ଟ୍ରେସନ୍ ହେବାକୁ ଥିବା ବେଳେ ଆସନ୍ତା ମେ' ୬ରୁ ପରୀକ୍ଷା ଅନୁଷ୍ଠିତ ହେବ।

ଆଜିଠୁ ଆରମ୍ଭ ରେଜିଷ୍ଟ୍ରେସନ୍

ଭୁବନେଶ୍ୱର, ୨୫/୦୧/୨୪: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆୟୋଜନ ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏ ନେଇ ରାଜ୍ୟର ୩୦ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ବୋଲି ଚୟନ କରାଯାଇଛି। ଓଜେଇଇ ୨୦୨୪ ପାଇଁ ରେଜିଷ୍ଟ୍ରେସନ୍ ଜାନୁଆରୀ ୨୫ରୁ ଆରମ୍ଭ ହେବ ଏବଂ ରେଜିଷ୍ଟ୍ରେସନର ଶେଷ ତାରିଖ ମାର୍ଚ୍ଚ ୨୫, ୨୦୨୪ ରହିଛି।