ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଲେ ୫-ଟି ଅଧ୍ୟକ୍ଷ

ଦଳମତ ନିର୍ବିଶେଷରେ ଖଲ୍ଲିକୋଟ ରାଣୀ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରିଣୀ ଥିଲେ: କାର୍ତ୍ତିକ ପାଣ୍ଡିଆନ

ସ୍ୱତନ୍ତ୍ର ଓଡ଼ିଶା ଗଠନରେ ରାଣୀଙ୍କର ଥିଲା ପ୍ରମୁଖ ଭୂମିକା: ପାଣ୍ଡିଆନ

ଭୁବନେଶ୍ବର,୨୦.୦୨.୨୦୨୪: ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଖଲ୍ଲିକୋଟ ଆରସିଏମ ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ସେ ଭେଟି ରାଣୀଙ୍କ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ସେ ସ୍ବତନ୍ତ୍ର ଓଡିଶା ଗଠନରେ ଓ ପରବର୍ତ୍ତୀ ଓଡିଶାରେ ବିକାଶରେ ରାଣୀଙ୍କ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।