ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିର୍ବାଚିତ ସାଂସଦ

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ନବୀନଙ୍କୁ କୃତଜ୍ଞତା ଜଣାଇଲେ ଦେବାଶିଷ-ଶୁଭାଶିଷ

ଭୁବନେଶ୍ବର, ୨୦/୦୨/୨୦୨୪: ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଆଜି ରାଜ୍ୟସଭା ନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ସେମାନଙ୍କ ବିପକ୍ଷରେ ଅନ୍ୟ କୌଣସି ଦଳର ପ୍ରାର୍ଥୀ ନଥିବାରୁ ଉଭୟଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ କରିଛନ୍ତି ରିଟର୍ଣ୍ଣିଂ ଅଫିସର।

 

ନବନିର୍ବାଚିତ ଦୁଇ ସାଂସଦ ଆଜି ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଉଭୟ ସାଂସଦ।