ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି ଉପସଭାପତି

ବିଜେଡ଼ିରେ ଯୋଗ ଦେଲେ ବିଜେପି ଉପସଭାପତି ସନ୍ତୋଷ କୁମାର ଦାସ।

ଶଙ୍ଖ ଭବନରେ ସ୍ୱାଗତ ସମାରୋହ

ଭୁବନେଶ୍ୱର, ୨୬/୦୪/୨୦୨୪: ଗଂଜାମ ଜିଲ୍ଲା ଅନ୍ତର୍ଗତ ସୋରଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ଉପସଭାପତି ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସୋରଡା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀମତୀ ସ୍ୱାଇଁ ଓ ସ୍ୱାଇଁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ସୋରଡା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀମତୀ ସ୍ୱାଇଁ ଓ ଶ୍ରୀ ସ୍ୱାଇଁ କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସନ୍ତୋଷ କୁମାର ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ମଦନ ବିଶ୍ୱାଳ, ଦୂତିକୃଷ୍ଣ ପଣ୍ଡା, ଅଜୟ କୁମାର ସାହୁ, ଅଭିରାମ ସେଠୀ, ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାତ୍ର, ବନମାଳୀ ବିଶୋଇ, ଶ୍ରୀକାନ୍ତ ସ୍ୱାଇଁ, ଅନ୍ତର୍ଯ୍ୟାମୀ ସାହୁ, କୃଷ୍ଣଚନ୍ଦ୍ର ନାୟକ, ଋଷିକେଶନ ନାୟକ, ଭଗବାନ ପଣ୍ଡା, ସାରଦା ଶବର, ସତ୍ୟନାରାୟଣ ପ୍ରଧାନ, ସୀମା ମହାରଣା, କାହ୍ନୁ ଚରଣ ବେହେରା, ମୃତ୍ୟୁଞ୍ଜୟ ପାତ୍ର, ବିଷ୍ଣୁ ଚରଣ ଗନ୍ତାୟତ, ଦେବୀ ପ୍ରସାଦ ପାତ୍ର, ମୁରଲୀ ଗୌଡ, ସୀମାଞ୍ଚଳ ପଣ୍ଡା, ମୁନା ବେହେରା, ମଙ୍ଗୁଳ ନାୟକ, ମନୁ ବିଶୋଇ, ଧନୁ ବିଶୋଇ, କବି ଦଳବେହେରା, ଦେବେନ୍ଦ୍ର ଗୌଡ, ରବୀନ୍ଦ୍ର ବେହେରା, ପ୍ରବୀଣ ନାୟକ, ଅଶ୍ୱିନୀ ସ୍ୱାଇଁ, ଅପୂର୍ବ ପାଣିଗ୍ରାହୀ, ନୀଳାଞ୍ଚଳ ଗୌଡ, ଅଶୋକ ପରିଡା, ବନମାଳୀ ମିଶ୍ର, ସନ୍ତୋଷ କୁମାର ନାୟକ, ଦିବାକର ନାୟକ, ନୟନୀ ନାୟକ, ପ୍ରଫୁଲ୍ଲ ନାୟକ ଓ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।