ଓଡ଼ିଶାରେ ବଡ଼ ଧରଣର ସିବିଆଇ ରେଡ

ଡାକବିଭାଗରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ସିବିଆଇ ରେଡ ହୋଇଛି।

୬୭ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର, ୧୩/୦୬ : ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ। ସରକାର ଗଠନ ହେବାର ୨୪ ଘଣ୍ଟା ନପୁରୁଣୁ ରାଜ୍ଯରେ ଦୁର୍ନୀତି ବିରୋଧରେ ହେଲାଣି କାର୍ଯ୍ୟାନୁଷ୍ଠାନ। ଡାକବିଭାଗରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ସିବିଆଇ ରେଡ ହୋଇଛି। ଓଡ଼ିଶା ଡାକ ସେବା ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ ଡାକସେବକ ନିଯୁକ୍ତି ପାଇଁ ଜାଲ୍ ସାର୍ଟିଫିକେଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ତଦନ୍ତ ଆରମ୍ଭ କରିଛି। ଜାଲ ସାର୍ଟିଫିକେଟ ନେଇ 63 ଜଣ ଆଶାୟୀ ଅଭିଯୋଗ କରିଥିଲେ।

କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୬୭ରୁ ଅଧିକ ସ୍ଥାନରେ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି। ଏହି ଅପରେସନରେ ସିବିଆଇର ୧୨୨ ଜଣ ଅଧିକାରୀ ଏବଂ ଅନ୍ୟ ବିଭାଗର ୮୨ ଜଣ କର୍ମଚାରୀଙ୍କ ସମେତ ୨୦୪ରୁ ଅଧିକ ଅଧିକାରୀ ସାମିଲ ହୋଇ ତଦନ୍ତ ଚଳାଇଛନ୍ତି।