ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ନବୀନଙ୍କ ଶୋକ ପ୍ରକାଶ

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଜନସେବା କ୍ଷେତ୍ରରେ ଛାପ ଛାଡି ଯାଇଛନ୍ତି ମୁରଲୀଧର: ନବୀନ

ଭୁବନେଶ୍ବର,୧୬/୦୬: ଗତ କାଲି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, “ଓଡ଼ିଶାର ପୂର୍ବତନ ରାଜ୍ୟପାଳ (୨୦୦୭-୨୦୧୩) ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖିତ। ଲୋକଙ୍କ ସ୍ୱାର୍ଥରେ ସେ ତାଙ୍କ ଜୀବନକୁ ସମର୍ପିତ କରିଥିଲେ। ଜଣେ ବିଦ୍ୱାନ, ଆଇନଜୀବୀ ଭାବରେ ଆଇନ ପ୍ରଣୟନ ଓ ଜନସେବା କ୍ଷେତ୍ରରେ ନିଜର ଛାପ ଛାଡିଥିଲେ। ମୁଁ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ଏବଂ ତାଙ୍କ ଆତ୍ମାର ଶାନ୍ତି କାମନା କରୁଛି।”