ହାଇଟେକରେ ଭେଟେରାନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ତିରୂପତିଙ୍କୁ ଧନ୍ୟବାଦ ଦେଲେ କର୍ମକର୍ତ୍ତା

ବିଜେଏମଇ ହାଇସ୍କୁଲ ଚାମ୍ପିଅନ

ଭୁବନେଶ୍ୱର, ୧୫/୦୨: ହାଇଟେକ୍ ମେଡିକାଲ କଲେଜ ଖେଳପଡିଆ ଠାରେ ଓଡିଶା ଭେଟେରାନ କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଭୁବନେଶ୍ଵର ସ୍କୁଲ ସମୂହର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ଏଥିରେ ଭୁବନେଶ୍ଵରର ପ୍ରାୟ ୧୮ଟି ସ୍କୁଲ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବିଜେଏମଇ ହାଇସ୍କୁଲ ଚାମ୍ପିଅନ ହୋଇଥିବାବେଳେ କିସ୍ ସ୍କୁଲ ଦ୍ଵିତୀୟ ସ୍ଥାନ ଅଧୁକାର କରିଛି। ଓଡିଶା ଭେଟେରାନ କ୍ରିକେଟ୍ ଆସୋସିଏସନ, ହାଇଟେକ୍ ଗ୍ରୁପ୍ ଓ ୟୁନିଲାଇଟ୍ ଇନ୍‌ସ୍ୟରାନ୍ସ ସଂସ୍ଥା ମିଳିତ ଭାବେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲେ।

ଓଡ଼ିଶା ଭେଟେରାନ କ୍ରିକେଟ୍ ଆସୋସିଏସନର ସଭାପତି ଅଶୋକାନନ୍ଦ ଜେନା, ଉପସଭାପତି ପ୍ରମୋଦ କୁମାର ପଟ୍ଟନାୟକ, ବଳଭଦ୍ର ପଟ୍ଟନାୟକ, ସେକ୍ରେଟାରୀ ବିରେନ୍ କୁମାର ପଟ୍ଟନାୟକ, ବିଜୟ ରାୟ, ଦେବୀଦ ମହାନ୍ତି, ସୁରେଶ କୁମାର ନାୟକ, ପ୍ରଦୀପ୍ତ ମିଶ୍ର, ପଦ୍ମଚରଣ ରାଉତ, ଲିଙ୍ଗରାଜ ରଥ ସହଯୋଗ କରି ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିଲେ। ଏହି ପ୍ରତିଯୋଗିତାରେ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୂପତି ପାଣିଗ୍ରାହୀ ସମସ୍ତ ସାହାଯ୍ୟ ସହଯୋଗର ହାତ ବଢାଇଥିବାରୁ ଓଡିଶା ଭେଟେରାନ୍ କ୍ରିକେଟ୍ ଆସୋସିଏସନ୍ ସଭାପତି ଓ ସମସ୍ତ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ନ୍ଧିତ କରିବା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି।