ହିନ୍ଦୋଳ ବନଦୁର୍ଗା ମନ୍ଦିର ଓ ବଅଁରପାଳ ତଳମୂଳ ସ୍ଥିତ ଦୁର୍ଗା ମାଧବ ମନ୍ଦିରରେ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବଅଁରପାଳ ବ୍ଲକ ତଳମୂଳ ଶନିଶ୍ଚର ମନ୍ଦିରରେ କଲେ ଦର୍ଶନ
ସମସ୍ତଙ୍କ କଲ୍ୟାଣ ଓ ମଙ୍ଗଳ ପାଇଁ ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ
ଅନୁଗୋଳ/ଢେଙ୍କାନାଳ, ୨୩/୦୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଓ ଢେଙ୍କାନାଳ ଗସ୍ତରେ ଥିବା ବେଳେ ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସ୍ଥିତ ବନଦୁର୍ଗା ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସେ କହିଥିଲେ ମା’ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଶ୍ରୀ ପ୍ରଧାନ ମା’ଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ ଓ ମଙ୍ଗଳ କାମନା କରିଥିଲେ ।
ଅନୁରୂପ ଭାବରେ ଅନୁଗୋଳ ବଅଁରପାଳ ତଳମୂଳ ସ୍ଥିତ ଶ୍ରୀ ଶ୍ରୀ ଦୁର୍ଗା ମାଧବ ମନ୍ଦିର ଏବଂ ଶନିଶ୍ଚର ମନ୍ଦିର ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।