ଚୋର ମାଳମାଳ ପୋଲିସ ଦୁର୍ବଳ

ବନ୍ଧୁକ ମୁନରେ ଲୁଟ

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ

ବାଲିଗୁଡା (ଦର୍ଶନ ନ୍ୟୁଜ), ୨୮/୦୨: ଗତକାଲି ବିଳମ୍ବିତ ରାତିରେ ମୁଖା ପିନ୍ଧା ଦୁର୍ବୃତ୍ତମାନେ ଘରେ ପଶି ବନ୍ଧୁକ ମୁନରେ କଲେ ଲୁଟ୍ କରିଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମୁଖା ପିନ୍ଧା ଦୁର୍ବୃତ୍ତ ଲୁଟି ନେଇଛନ୍ତି ସୁନା, ଗହଣା ଓ ଟଙ୍କା। ଅପେରା ଷ୍ଟାଇଲରେ ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରାଇ ଆଖି ସାମ୍ନାରେ ଆଲମାରୀ ଭାଙ୍ଗି ସୁନା ଗହଣା ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ।

ତୁମୁଡିବନ୍ଧରେ ବାରମ୍ବାର ଚୋରି ଅଭିଯୋଗକୁ ନେଇ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଗତକାଲି ରାତିର ଚୋରି ଘଟଣାକୁ ନେଇ ଉତ୍ୟକ୍ତ ହୋଇ ଉଠିଛନ୍ତି ଲୋକେ। ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ସ୍ଥାନୀୟ ଜନସାଧାରଣଙ୍କ ରାସ୍ତାରୋକ କରିଥିଲେ। ପଥର ପକାଇ ୫୯ ନଂ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ। ଯାହା ଫଳରେ କି ଦୂରଦୂରାନ୍ତକୁ ଯିବାକୁ ଥିବା ଯାନବାହାନ ଚଳାଚଳ ବନ୍ଦ ରହିଛି। ଖବର ପାଇ ବାଲିଗୁଡା ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଚୋର ରାକେଟ୍ ଖୁବ୍ ଶୀଘ୍ର ଧରିବାକୁ ପ୍ରତିଶୃତି ଦେବାପରେ ରାସ୍ତା ରୋକ ହଟିଥିବା ଦେଖିବାକୁ ମିଳିଛି।