ଭୁବନେଶ୍ୱର, ୨୮/୦୨: ବର୍ଷୀୟାନ ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କ ଅନ୍ତିମ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଗନ୍ନାଥବିହାରସ୍ଥିତ ବାସଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପରିବାରବର୍ଗକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍ତମଙ୍କ ଅନ୍ତିମ ଦର୍ଶନ ପାଇଁ ସଂପର୍କୀୟ, ପ୍ରଶଂସକ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟୁଛି।
Next Post