ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ଯୋଗ ଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲେ

ଭୁବନେଶ୍ୱର, ୦୯/୦୩: ବିଶିଷ୍ଟ ଅଭିନେତା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ଯୋଗ ଦେଲେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ। ଉତ୍ତମ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏହା ସହ ସ୍ମୃତି ସଭାରେ ଯୋଗ ଦେଇ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ସ୍ମୃତି ଚାରଣ କରିଛନ୍ତି।