ପଞ୍ଚାୟତିରାଜ ଦିବସରେ ମହିଳାଙ୍କୁ ସୁଭଦ୍ରା ଟଙ୍କା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର, ୧୯/୦୪: ଆସନ୍ତା ଏପ୍ରିଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ଅବସରରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇ କହିଛନ୍ତି ଯେ, ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯେଉଁ ମହିଳାମାନେ ମାର୍ଚ୍ଚ ୩୧ କିମ୍ବା ଏହା ପୂର୍ବରୁ ଏହି ଯୋଜନା ଅଧୀନରେ ସହାୟତା ପାଇଁ ଆବେଦନ କରିଥିଲେ, ସେମାନେ ଆଗାମୀ ପର୍ଯ୍ୟାୟରେ ସହାୟତା ପାଇବାକୁ ଯୋଗ୍ୟ ହେବେ। ଷଷ୍ଠ ପର୍ଯ୍ୟାୟରେ ସେମାନଙ୍କୁ ଏକାଥରକେ ୧୦ ହଜାର ଲେଖାଏଁ ଟଙ୍କା ମିଳିବ।

ସୂଚନାଯୋଗ୍ୟ, ମାର୍ଚ୍ଚ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ବାବଦରେ ବାଦ ପଡ଼ିଥିବା ପ୍ରାୟ ୨ ଲକ୍ଷ ୩୦ ହଜାର ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ।