ଚିଲିକା, ୧୯/୦୪: ଦିନକୁ ଦିନ ବଢ଼ି ଚାଲିଛି ମଦ, ଭାଙ୍ଗ ଭଳି ନିଶା କାରବାର। ନିଶା କାରବାରରେ ଜଡ଼ିତ ରହୁଛନ୍ତି ଅନେକ ଯୁବ ପିଢ଼ିମାନେ। ଅନେକ ଅଭିଯୋଗ ପରେ ବାଲୁଗାଁ ଅବକାରୀ ପୋଲିସ ପକ୍ଷରୁ ଜରିପଡା ଓ ସୋରଣ ମାନସିଂହପୁର ଗ୍ରାମରେ ଚଢ଼ାଉ କରିଥିଲା ଅବକାରୀ ପୋଲିସ। ଚଢ଼ାଉ କରି ଜରିପଡା ଦଧିବାମନପୁର ସାହିରୁ ଚୋରା ଭାଙ୍ଗ ବ୍ୟବସାୟୀ ବସନ୍ତ ସ୍ୱାଇଁ ଯାହାର ବୟସ ୫୪ ବର୍ଷ ବ୍ୟକ୍ତିଙ୍କୁ ଗିରଫ କରିଛି। ଚୋରା ଭାଙ୍ଗ ବ୍ୟବସାୟୀ ବସନ୍ତ ସ୍ୱାଇଁଙ୍କ ଠାରୁ ୧୦ କେଜି ଭାଙ୍ଗ ଜବତ କରିଛି। ଏହା ସହ ସୋରଣମାନସିଂହପୁର ଗୋପବନ୍ଧୁ ସାହିରେ ଚଢ଼ାଉ କରି ଚୋରା ମଦ ବେପାରୀ ମାଗୁଣି ବେହେରାକୁ ଗିରଫ କରିଛି ଅବକାରୀ ପୋଲିସ।
ଗିରଫ ମଦ ବେପାରୀଠାରୁ ଦେଶୀ ଓ ବିଦେଶୀ ୧୦୩ ଲିଟର ମଦ ଜବତ କରିଛି ଅବକାରୀ ପୋଲିସ। ଏହି ଚଢ଼ାଉରେ ବାଲୁଗାଁ ସହକାରୀ ମୋବାଇଲ ଇନ୍ସପେକ୍ଟର ସୁଜିତ କୁମାର ମୁଦୁଲି ଓ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଏସଆଇ ସୁନିତା ମହାରଣା, ଜିତେନ୍ଦ୍ର ହେମରମ, ସଞ୍ଜୟ କୁମାର ସୁବୁଦ୍ଧି, ନେତୃତ୍ୱ ନେଇଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ।