ଭୁବନେଶ୍ବର ବ୍ଲକର କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ
କୃଷକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନେଇ ସମୀକ୍ଷା କଲେ
ଭୁବନେଶ୍ୱର, ୨୫/୦୪: ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝୀଙ୍କ ସରକାର ଚାଷୀ ମାନଙ୍କ ଆୟକୁ ଦୁଇ ଗୁଣା କରିବା ସହିତ ଚାଷୀ ମାନଙ୍କୁ ସମୃଦ୍ଧ କରିବା ପାଇଁ ବହୁ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି। ଏହି ସବୁ କୃଷକ କଲ୍ୟାଣକାରୀ ଯୋଜନା ତୃଣମୂଳସ୍ତରରେ ଠିକ୍ ଠାକ୍ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ସଫଳ ରୂପାୟନ ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ବ୍ଲକର କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ବ୍ଲକ୍ କୃଷି ଅଧିକାରୀ ଶ୍ରୀମତୀ ରଞ୍ଜିତା, ସହ କୃଷି ଅଧିକାରୀ ଶ୍ରୀମତୀ ସବିତା ଦାଶ, ସୁନିତା ମହାପାତ୍ର, ସ୍ମୃତି ରଞ୍ଜନ ତ୍ରିପାଠୀ, ନିହାର ରଞ୍ଜନ ବରାଳ, ସରୋଜ କୁମାର ମହାନ୍ତି, ସୁଜାତା ପରିଡାଙ୍କ ସମେତ ସମସ୍ତ କୃଷି କର୍ମଚାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।
ଓଡିଶା ରାଜ୍ୟକୁ ଖାଦ୍ୟ ଶସ୍ୟରେ ଆତ୍ମ ନିର୍ଭରଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଚାଷୀମାନଙ୍କୁ ଆଳୁ ବିହନ, ମୁଗ, ବିରି, ଶୋରିଷ, ମଶୁର ଓ ଚିନାବାଦାମ ବିହନ ମାଗଣାରେ ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି। ତତସହିତ ସାର ଓ କୀଟନାଶକ ମଧ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି। ଏହି ସବୁ ଜିନିଷ ସଠିକ ଚାଷୀମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହାର ତଦାରଖ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କରିଥିଲେ। ବିହନ ପାଇ ଚାଷ କରିଥିବା ଜୟପୁର, ଇତିପୁର୍, ଡିହପୁର, ବସନ୍ତପୁର ପ୍ରମୁଖ ଗ୍ରାମର କ୍ଷେତକୁ ମଧ୍ୟ ଯାଇ ଫସଲ ବୁଲି ଦେଖିଲେ। ଏହି ପରିଦର୍ଶନ ସମୟରେ ରାଜ୍ୟ ସଂଯୋଜକ ଡକ୍ଟର ଜଗନ୍ନାଥ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ବିଶ୍ବାଳ, ଶିବ ପ୍ରସାଦ ମିଶ୍ର, ଶ୍ରୀ ସୁଦର୍ଶନ ବିଶ୍ବାଲ, ଭୁବନେଶ୍ବର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ କୁମାର ସ୍ୱାଇଁ, ଅଜୟ କୁମାର ସାମନ୍ତରାୟ, ପ୍ରଫୁଲ୍ଲ କୁମାର ସ୍ଵାଇଁ, ଅକ୍ଷୟ କୁମାର ସାହୁ, ରାଜା ଖଟୁଆ, ରତ୍ନାକର ଶୁକ୍ଲା, ଅରୁଣ କୁମାର ପୁରୋହିତ, ସୁବାଶିଷ ମୁଖି, ଅଶୋକ କୁମାର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ କୃଷି ବିଭାଗର ଅଧିକାରୀ ଓ ଚାଷୀ ଉପସ୍ଥିତ ଥିଲେ।