ଆଜି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ

୨୦୨୫ ଥିମ୍ "ଆଇପି ଏବଂ ସଂଗୀତ: ଆଇପିର ତାଳ ଅନୁଭବ କରନ୍ତୁ"

କାହିଁକି ପାଳନ କରାଯାଏ ଏହି ଦିବସ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୨୬ ଏପ୍ରିଲ୍ ୨୦୨୫

ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ: ପ୍ରତିବର୍ଷ ଅପ୍ରିଲ ମାସ ୨୬ ତାରିଖରେ ସାରା ବିଶ୍ୱରେ ବିଶ୍ୱ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୁଏ। ଏହି କାର୍ଯ୍ୟକ୍ରମ ୨୦୦୦ ମସିହାରେ ବିଶ୍ୱ “ବୌଦ୍ଧିକ ସଂପତ୍ତି ସଂଗଠନ” (WIPO)ଦ୍ୱାରା ପେଟେଣ୍ଟ, କପି ରାଇଟ୍, ଟ୍ରେଡମାର୍କ ଇତ୍ୟାଦିର ଦୈନିକ ଜୀବନରେ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି ତଥା ବୌଦ୍ଧିକ ସମ୍ପତ୍ତିର ବିକାଶ ଦିଗରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ପାଳିତ କରାଯାଉଛି। ୧୯୭୦ ମସିହା ଏହି ତାରିଖରେ ବିଶ୍ୱ ବୌଦ୍ଧିକ ସଂଗଠନ ସ୍ଥାପନା ଉପଲକ୍ଷେ ଏକ ସମ୍ମେଳନ ଆୟୋଜିତ ହୋଇଥିବାରୁ ଅପ୍ରେଲ ୨୬କୁ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ଭାବେ ପାଳନ କରାଯାଉଛି। ବୌଦ୍ଧିକ ସମ୍ପତ୍ତି ଏବଂ ଏସଏମଇ ବିଷୟରେ ଲୋକଙ୍କ ସଚେତନତା ଏବଂ ବୁଝାମଣା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ। ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ହେଉଛି ଡବ୍ଲୁଆଇପିଓର ସର୍ବବୃହତ ବୌଦ୍ଧିକ ସମ୍ପତ୍ତି (ଆଇପି) ସାର୍ବଜନୀନ ପ୍ରଚାର ଅଭିଯାନ।

୨୦୦୦ ମସିହାରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ଆରମ୍ଭ ହେବା ପରଠାରୁ ଡବ୍ଲୁଆଇପିଓର ସଦସ୍ୟ ରାଷ୍ଟ୍ରଗୁଡ଼ିକର ଯୋଗଦାନ ବୃଦ୍ଧି ପାଇଛି। ଏହାର ପ୍ରଥମ ବର୍ଷରେ ୫୯ଟି ଦେଶର ସଦସ୍ୟ ରାଷ୍ଟ୍ରମାନେ ଆନୁଷ୍ଠାନିକ ଭାବେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ କାର୍ଯ୍ୟକ୍ରମ ରିପୋର୍ଟ କରିଥିଲେ। ଏହାର ପାଞ୍ଚ ବର୍ଷ ପରେ, ୨୦୦୫ ମସିହାରେ, ୧୧୦ଟି ଦେଶ ଏବଂ ୨୦୨୨ରେ ଏହି ଅଭିଯାନ ୧୮୯ ଟି ସଦସ୍ୟ ରାଷ୍ଟ୍ରର ଉପଭୋକ୍ତାଙ୍କୁ ଆକୃଷ୍ଟ କରିଥିଲା। ଚଳିତ ବର୍ଷ ୨୦୨୫ର‌ ଥିମ୍ ହେଉଛି “ଆଇପି ଏବଂ ସଂଗୀତ: ଆଇପିର ତାଳ ଅନୁଭବ କରନ୍ତୁ”।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ(୨୬ ଅପ୍ରେଲ ୧୮୯୨ – ୨୫ ମଇ ୧୯୭୪) ପାରଳାଖେମୁଣ୍ଡିର ଜମିଦାର ଗୌର ଚନ୍ଦ୍ର ଗଜପତି ଓ ତାଙ୍କ ପତ୍ନୀ ରାଧାମଣି ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ସେ କ୍ୟାପଟେନ୍ ମହାରାଜା ଶ୍ରୀଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ନାମରେ ମଧ୍ୟ ପରିଚିତ। କାରଣ କୃଷ୍ଣଚନ୍ଦ୍ର ପ୍ରଥମ ବିଶ୍ୱଯୁଦ୍ଧରେ କ୍ୟାପ୍ଟେନ୍ ଭାବରେ କାର୍ଯ୍ୟ କରିଥିଲେ। ଓଡ଼ିଶା ଗଠନରେ ସହାୟକ ହୋଇଥିବା ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ସେ ପାରଳାଖେମୁଣ୍ଡି ଇଷ୍ଟେଟ୍ (ଓଡ଼ିଶାର ତତ୍କାଳୀନ ଗଞ୍ଜାମ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ତାଲୁକ)ର ଜଣେ ବଂଶଧର ଏବଂ ଓଡ଼ିଶାର ପୁରୀ ଜିଲ୍ଲାର ଡେଲାଙ୍ଗ ରାଜ୍ୟର ମାଲିକ ଥିଲେ। ତାଙ୍କ ପରିବାର ପୂର୍ବ ଗଙ୍ଗା ରାଜବଂଶର ଥିଲେ। ସେ ଓଡ଼ିଶାର ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ୧ ଏପ୍ରିଲ ୧୯୩୭ରୁ ୧୮ ଜୁଲାଇ ୧୯୩୭ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ୨୪ ନଭେମ୍ବର ୧୯୪୧ରୁ ୩୦ ଜୁନ ୧୯୪୪ ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାର ବର୍ତ୍ତମାନର ଗଜପତି ଜିଲ୍ଲା ତାଙ୍କ ନାମରେ ନାମିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ, ଏସସିବି ମେଡିକାଲ କଲେଜ, କଟକର ବିଦ୍ୟାଧରପୁରରେ ପ୍ରସିଦ୍ଧ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଏବଂ ପରେ ବ୍ରହ୍ମପୁରରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୨. ନୀତିନ ବୋଷ (୨୬ ଅପ୍ରେଲ ୧୮୯୭ – ୧୪ ଅପ୍ରେଲ ୧୯୮୬) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚିତ୍ରନାଟ୍ୟ କାର ଏବଂ ସିନେମାଟୋଗ୍ରାଫର ଥିଲେ।

୩. ଜଗନ୍ନାଥ ପ୍ରସାଦ ଦାସ ଜଣେ କବି, ଲେଖକ ଓ ଉପନ୍ୟାସକାର। ସେ ମୁଖ୍ୟତଃ ନାଟକ, ଉପନ୍ୟାସ, ପ୍ରବନ୍ଧ, ଶିଶୁ କବିତା, କବିତା ଇତ୍ୟାଦି ଓଡ଼ିଆରେ ଲେଖୁଥିଲେ। କ୍ୟାରିୟର ଆରମ୍ଭରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଥିଲେ।

୪. ଶ୍ରୀନିବାସ ରାମାନୁଜନ (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ଜଣେ ଭାରତୀୟ ଗଣିତଜ୍ଞ ଥିଲେ। ତାଙ୍କୁ ରୟାଲ ସୋସାଇଟି ପୁରସ୍କାର ମଧ୍ୟ ମିଳିଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ପ୍ରଭା ରାଉ (୪ ମାର୍ଚ୍ଚ ୧୯୩୫ – ୨୬ ଅପ୍ରେଲ ୨୦୧୦), ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ରାଜସ୍ଥାନର ରାଜ୍ୟପାଳ ଥିଲେ। ସେ ଲୋକସଭାରେ ଜଣେ ସାଂସଦ ଥିଲେ ଏବଂ ମହାରାଷ୍ଟ୍ରର ୱାର୍ଧାରୁ ନିର୍ବାଚିତ ହୋଇଥିଲେ। ସେ ଜଣେ ଆଥଲେଟ୍ ଥିଲେ ଯିଏ ଦୌଡ଼, ହାଇ ଜମ୍ପ୍, ଲଙ୍ଗ୍ ଜମ୍ପ୍, ପ୍ରତିବନ୍ଧକ ଏବଂ ଡିସ୍କସ୍ ଥ୍ରୋରେ ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରିଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୧୪ – ନିକୋଲାସ କୋପରନିକାସ୍ ଶନି ଗ୍ରହ ବିଷୟରେ ତାଙ୍କର ପ୍ରଥମ ପର୍ଯ୍ୟବେକ୍ଷଣ କରିଥିଲେ।

୧୬୫୪ – ବ୍ରାଜିଲରୁ ଇହୁଦୀମାନଙ୍କୁ ବହିଷ୍କାର କରାଗଲା।

୧୭୫୫: ମସ୍କୋରେ ପ୍ରଥମ ରୁଷୀୟ ବିଶ୍ୱବିଦ୍ୟାଳୟ ଖୋଲାଯାଇଥିଲା।

୧୮୨୮: ତୁର୍କୀ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ରୁଷିଆ।

୧୯୫୯: କ୍ୟୁବା ପାନାମା ଉପରେ ଆକ୍ରମଣ କରିଥିଲା।

୧୯୬୨: ଆମେରିକାର ଏକ ମହାକାଶଯାନ ପ୍ରଥମେ ଚନ୍ଦ୍ର ପୃଷ୍ଠକୁ ଛୁଇଁଥିଲା।

୧୯୬୬ – ଉଜବେକିସ୍ତାନର ତାସକେଣ୍ଟରେ ୭.୫ ତୀବ୍ରତାର ଭୂମିକମ୍ପ ଧ୍ୱଂସ ହୋଇଯାଇଥିଲା।

୧୯୮୯: ଇତିହାସରେ ସବୁଠାରୁ ଭୟଙ୍କର ବାତ୍ୟା କେନ୍ଦ୍ରୀୟ ବାଂଲାଦେଶରେ ଆସିଥିଲା, ଯେଉଁଥିରେ ୧୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

୧୯୯୩ – ଔରଙ୍ଗାବାଦରେ ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୫୬ ଜଣ ପ୍ରାଣ ହରାଇଥିଲେ।

୨୦୦୮ – ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜମ୍ମୁ-କଶ୍ମୀରରେ ୩୯୦ ମେଗାୱାଟ ଜଳ ବିଦ୍ୟୁତ ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ।